ଡିଜିଟାଲ କୃଷି ସଚେତନତା ଶିବିର


ବାଲିପାଟଣା : ବାଲିପାଟଣା ବ୍ଲକ ଅନ୍ତର୍ଗତ ଅଭୟମୁଖି ଗ୍ରାମରେ ଆଜି ଏକ ଡିଜିଟାଲ କୃଷି ସମ୍ପର୍କିତ ଜାଗୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମ ରେ ଡ୍ରୋନ ଟେକ୍ନୋଲୋଜି ମାଧ୍ୟମରେ କିପରି କୃଷିକାର୍ଯ୍ୟ ସହଜରେ ହୋଇପାରୁଛି , କିପରି ରୋଗ ପୋକ ନିୟନ୍ତ୍ରଣ କରିବାରେ ଔଷଧ ସିଞ୍ଚାଯାଉଛି ,ଜଳ ସିଞ୍ଚନ କରାଯାଉଛି ଓ କମ୍ ସମୟରେ ଅଧିକ କ୍ଷେତ ରେ ପହଞ୍ଚି ପାରୁଛି , ସେ ସମ୍ପର୍କରେ ରେ ଆଲୋଚନା କରାଯାଇଥିଲା। ସଂସ୍ଥା ର ପ୍ରଧାନ ବୈଜ୍ଞାନିକ ଡଃ ସବିତା ମିଶ୍ର ସ୍ଵାଗତ ଭାଷଣ ଦେଇ କୃଷି ମହିଳା ମାନଙ୍କର ସଶକ୍ତିକରଣ କଥା ବୁଝାଇଥିଲେ ଓ ଡଃ ଅନନ୍ତ ସରକାର ଡ୍ରୋନ ର କୃଷିକ୍ଷେତ୍ରରେ ବ୍ୟବହାର ସମ୍ପର୍କ ରେ କହିଥିଲେ । ଉକ୍ତ ଉତ୍ସବ ରେ ଅଭୟମୁଖି ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ଓ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଚାଷୀ ଯୋଗଦାନ କରିଥିଲେ। ମୁଖ୍ୟ ଅତଥିଭାବେ ଶ୍ରୀ ଭାବଗ୍ରାହୀ ନନ୍ଦ ଓ ଅନ୍ୟତମ ଅତିଥି ଭାବେ ଶ୍ରୀ ଶିବପ୍ରସାଦ ଶତପଥୀ , ଶ୍ରୀ ସତ୍ୟ ନାରାୟଣ ଶତପଥି , ଶ୍ରୀମତୀ ସୁଷମା ନନ୍ଦ , ଶ୍ରୀମତୀ ମାମୀ କୁଣ୍ଡ , ଶ୍ରୀ କାଙ୍ଗୁ ଭୋଇ ଓ ଶ୍ରୀ ଜଗବନ୍ଧୁ ଶତପଥି ଇତ୍ୟାଦି ଉପସ୍ଥିତ ଥିଲେ । ଅନୁପ୍ କୁମାର ବେହେରା ଡିଜିଟାଲ କୃଷି ବିଷୟ ରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ।


error: Content is protected !!