July 3, 2026

Now Odisha

Now Odisha

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

Spread the love

ଭୁବନେଶ୍ୱର, ୦୨/୦୭: ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱାରୋପ କରି ଏଥିନିମନ୍ତେ ପାଣ୍ଠି ଏବଂ ଆନୁସଙ୍ଗିକ ସୁବିଧାସୁଯୋଗ ପ୍ରଦାନ ଦିଗରେ ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ମାନ୍ୟବର ମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି l

ବୈଠକରେ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (SDRF)ଅଧୀନରେ ବଜେଟ୍ ବ୍ୟୟର କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା l ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ପାଣ୍ଠି ଏବଂ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଶଦ ଭାବରେ ସମୀକ୍ଷା ହୋଇଥିଲା l SDMF/NDMF ଅଧୀନରେ ପାଣ୍ଠିର ଉପଯୋଗ ସମ୍ପର୍କିତ ବିଭିନ୍ନ କାର୍ଯ୍ୟଯୋଜନା ତ୍ଵରିତ ଭାବରେ ଆରମ୍ଭ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବାକୁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହିତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ କେନ୍ଦ୍ର (Multipurpose Flood & Cyclone Centre) ନିର୍ମାଣର ଅଗ୍ରଗତି ସମ୍ପର୍କରେ ବିସ୍ତ୍ରୁତ ସମୀକ୍ଷା କରି ଯଥାଶୀଘ୍ର ବିଭିନ୍ନ ଜିଲ୍ଲାରେ ପ୍ରସ୍ତାବିତ ସ୍ଥାନ ଚିହ୍ନଟ କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଏହି ନିର୍ମାଣ କାର୍ଯ୍ୟ ସାରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l

error: Content is protected !!