ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟର ଆଇବିସିଏସ୍ (IBCS) ପକ୍ଷରୁ ଏଆଇ-ସକ୍ଷମ ଶିଳ୍ପ ୫.୦ ମ୍ୟାନେଜମେଣ୍ଟ ଶିକ୍ଷା ବିଷୟ ଉପରେ ୫ ଦିନିଆ ଫ୍ୟାକଲ୍ଟି ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଗବେଷକମାନେ ଯୋଗଦେଇ ଶିଳ୍ପ ୫.୦, କୃତ୍ରିମ ବୁଦ୍ଧିମତ୍ତା (AI), ଡିଜିଟାଲ୍ ରୂପାନ୍ତରଣ ଏବଂ ଆଧୁନିକ ପରିଚାଳନା କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏଆଇର ବ୍ୟବହାର, ଶିଳ୍ପ କ୍ଷେତ୍ରର ନୂତନ ଧାରା ଏବଂ ମ୍ୟାନେଜମେଣ୍ଟ ଶିକ୍ଷାରେ ଏହାର ପ୍ରୟୋଗ ସମ୍ପର୍କରେ ମତ ରଖିଥିଲେ। ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟାପକମାନଙ୍କ ଦକ୍ଷତା ବୃଦ୍ଧି ସହ ଉଚ୍ଚଶିକ୍ଷାର ଗୁଣାତ୍ମକ ଉନ୍ନତିରେ ସହାୟକ ହେବ ବୋଲି ଆୟୋଜକମାନେ କହିଛନ୍ତି।

More Stories
କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି…
ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍କା
ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!