ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା–୨୦୨୬କୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ (TPCODL) ପକ୍ଷରୁ ବ୍ୟାପକ ବିଦ୍ୟୁତ୍ ସେବା ପ୍ରସ୍ତୁତି କରାଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଧ୍ୟାନରେ ରଖି ନିରବଚ୍ଛିନ୍ନ, ନିରାପଦ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ସଂସ୍ଥା ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରଥଯାତ୍ରା ସମୟରେ ବିଦ୍ୟୁତ୍ ସେବାରେ କୌଣସି ବାଧା ସୃଷ୍ଟି ନହେବା ପାଇଁ ବିଦ୍ୟୁତ୍ ଲାଇନ, ଟ୍ରାନ୍ସଫର୍ମର, ଫିଡର ଓ ସବ୍-ଷ୍ଟେସନ୍ଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଆବଶ୍ୟକ ସ୍ଥାନରେ ଅତିରିକ୍ତ ବିଦ୍ୟୁତ୍ ବ୍ୟବସ୍ଥା ସହ ଜରୁରୀକାଳୀନ ବ୍ୟାକ୍ଅପ୍ ପ୍ରସ୍ତୁତ ରଖାଯାଇଛି।
ଏହାସହ ରଥଯାତ୍ରା ମାର୍ଗ, ଶ୍ରୀମନ୍ଦିର ପରିସର, ବଡ଼ଦାଣ୍ଡ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ବିଦ୍ୟୁତ୍ ନିରୀକ୍ଷଣ ପାଇଁ ସ୍ୱତନ୍ତ୍ର ଇଞ୍ଜିନିୟର ଓ କର୍ମଚାରୀ ଟିମ୍ ନିୟୋଜିତ ହୋଇଛନ୍ତି। କୌଣସି ତ୍ରୁଟି ଦେଖାଦେଲେ ତୁରନ୍ତ ସମାଧାନ ପାଇଁ ମୋବାଇଲ୍ ମେଣ୍ଟେନାନ୍ସ ଟିମ୍, ଆପାତକାଳୀନ ଯାନବାହନ ଓ ଆବଶ୍ୟକ ସାମଗ୍ରୀ ସଜାଗ ରଖାଯାଇଛି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି