ଅସରାଏ ବର୍ଷାରେ ଧବଳେଶ୍ୱର–ଚହଟାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ–ଚହଟା ପ୍ରମୁଖ ରାସ୍ତାର ଏକ ଅଂଶ ଧସିଯାଇଛି। ରାସ୍ତାର ପ୍ରଶସ୍ତିକରଣ କାମ ଚାଲିଥିବା ସମୟରେ ଏହି ଅଘଟଣ ଘଟିଥିବାରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ନିମ୍ନମାନର କାମ ଓ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗ ଆଣିଛନ୍ତି। ସାମାନ୍ୟ ବର୍ଷାରେ ରାସ୍ତା ଧସିଯିବା ନିର୍ମାଣ କାର୍ଯ୍ୟର ତ୍ରୁଟିକୁ ପଦାରେ ପକାଇଥିବା ବୋଲି ସେମାନେ କହିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଘଟଣା ପରେ ଏହି ରାସ୍ତାରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
nowodishanews

More Stories
କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି…
ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍କା
ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!