ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଡଅଁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରାମଚନ୍ଦ୍ର ତରେଇ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ର ପ୍ରଥମ ପୂର୍ବତନ ସଭାପତିତଥା ସାମାଜିକ କର୍ମୀ ରଙ୍କନାଥ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା। ଏହାକୁ ପରିଚାଳନା କରିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଦାନନ୍ଦ ବିଶ୍ୱାଳ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଯୁଧିଷ୍ଠିର ମଲିକ। ମୁଖ୍ୟ ଅତିଥି ଭାବେ ବି ଆର ସି ସି ଦି୍ଧେଶ୍ଵର କରଣ। ଶ୍ରୀଯୁକ୍ତ ରାମଚନ୍ଦ୍ର ତରେଇ ଜଣେ ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଥିଲେ। ତାଙ୍କ ଅବସର ବିଦ୍ୟାଳୟ ପାଇଁ ଏକ ବିରାଟ କ୍ଷତି ହୋଇଥିବା ମଞ୍ଚାସିନ ଅତିଥିମାନେ କହିଥିଲେ। ଉକ୍ତ ସଭାରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିପିନ ବିହାରୀ ମହାପାତ୍ର, ଶିକ୍ଷକ ବୁଲୁ କୁମାର ଜେନା, ଶିକ୍ଷକ ରାଜ କିଶୋର ସାହୁ, ଶିକ୍ଷକ ବିଷ୍ନୁପ୍ରିୟା ଡାକୁଆ, ସି ଆର ସି ସି ଦିଲୀପ କୁମାର ବିଶ୍ୱାଳ, ବିଦ୍ୟାଧର ତରେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ବେହେରା, କୃଷ୍ଣ ଚନ୍ଦ୍ର ପାଇକରାୟ, ପ୍ରଧାନ ଶିକ୍ଷକ ଉମା ଶଙ୍କର ପତି, ସୁଶାନ୍ତ କୁମାର ଖୁଣ୍ଟିଆ ବଡଅଁଳ ସରପଞ୍ଚ ବୀଣା ତରେଇ, ଏବଂ ପରିଚାଳନା କମିଟି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ବିଦାୟୀ ଶିକ୍ଷକ ଙ୍କୁ ଫୁଲତୋଡ଼ା, ଉପଢୌକନ ଏବଂ ଉପହାର ଦେଇ ସମ୍ମାନିତ କରିଥିଲେ। ବିଦ୍ୟାଳୟ ର ଶିକ୍ଷାର୍ଥୀ , ଗ୍ରାମବାସୀ ବିଦାୟୀ ଶିକ୍ଷକ ଙ୍କୁ ଗ୍ରାମ ପରିକ୍ରମା କରି ତାଙ୍କ ଗୃହରେ ନେଇ ଛାଡିଥିଲେ।
ପୁରୀରୁ କୈଳାଶ ଚନ୍ଦ୍ର ପଟନାୟକ ଙ୍କ ରିପୋର୍ଟ ନାଓ ଓଡିଶା ନ୍ୟୁଜ

More Stories
ଅସରାଏ ବର୍ଷାରେ ଧସିଲା ମଧୁସୂଦନ ସେତୁ–ଚହଟା ରାସ୍ତା।
ଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା |
ଘରେ କେହି ନଥିବା ସୁଯୋଗ ନେଇ ବଡ଼ଧରଣର ଚୋରି |