ଭିକେ ପାଣ୍ଡିଆନଙ୍କ ବଡ ବୟାନ


ଭିକେ ପାଣ୍ଡିଆନଙ୍କ ବଡ ବୟାନ । କହିଲେ, ସରକାର ଗଠନ ପାଇଁ ବିଜେଡିକୁ ଆବଶ୍ୟକ ନାହିଁ ବିଜେପି ସହ ମେଣ୍ଟ ଏବଂ କେନ୍ଦ୍ରରେ ବିଜେପିକୁ ବିଜେଡିର ଆବଶ୍ୟକ ନାହିଁ ମେଣ୍ଟ। କିନ୍ତୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି ବିଜେଡି-ବିଜେପିବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବଡ ବୟାନ । ନେଟୱାର୍କ ୧୮ କନକ୍ଲେଭରେ ସାମିଲ ହୋଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଟସମ୍ୟାନ ବୋଲି କହିଛନ୍ତି ପାଣ୍ଡିଆନ୍ । ରାଜନୀତିକୁ ଛାଡି ଦୁଇ ଜଣ ଭଲ ବନ୍ଧୁ ବୋଲି ସେ କହିଛନ୍ତି । ମେଣ୍ଟ ବାବଦରେ ସେ କେବଳ କହିଛନ୍ତି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି ।କିନ୍ତୁ ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି । ଓଡିଶାରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି । ବଡ କଥା ହେଉଛି ସେ କହିଛନ୍ତି, ଓଡିଶାରେ ବିଜେଡିକୁ ସରକାର ଗଢିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ । କି କେନ୍ଦ୍ରରେ ବିଜେପିକୁ ସରକାର ଗଢିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡିନପାରେ । ତେବେ ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି ।


error: Content is protected !!