କଟକ: ଲଘୁଚାପ ପାଇଁ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ୪ ଦିନର ଲଗାଣ ବର୍ଷାରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଲାଣି । କେଉଁଠି ତଳିଆ ଅଞ୍ଚଳରେ ପାଣି ପଶିଲାଣି ତ ଆଉ କେଉଁଠି ଟ୍ରାଫିକ୍ ଜାମ୍ ସ୍ଥିତି । ପାଣିପାଗ ବିଭାଗର ଆକଳନ ଅନୁସାରେ, ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ।
ଯାହାକୁ ଦେଖି ପ୍ରଶାସନ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି ।ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । କାଲି କଟକର ସମସ୍ତ ଅଙ୍ଗନୱାଡ଼ି ସହ ସରକାରୀ, ଘରୋଇ ବିଦ୍ୟାଳୟ ଏବଂ କଲେଜ ବନ୍ଦ ରହିବ । ଏନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।କଟକକୁ ଅରେଞ୍ଜ ଆଲର୍ଟ
ଆଗାମୀ ୨୪ ଘଣ୍ଟା ପାଇଁ ଅନ୍ୟ ଜିଲ୍ଲା ସହ କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେଣୁ ବର୍ଷା ବିପଦକୁ ଦେଖି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂସ୍ଥା (DDMA)ର ଅଧ୍ୟକ୍ଷ ଭାବେ କଟକ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଳବନ୍ଦୀ, ବନ୍ୟା ଓ ମହାନଦୀରେ ଜଳସ୍ତର ବଢ଼ିବା ଆଶଙ୍କାକୁ ଦେଖି ସୋମବାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…