ସାଇବର ଠକଙ୍କ ଟାର୍ଗେଟରେ ରାଜନେତା । ବିଭିନ୍ନ ସମୟରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ସାଇବର ଠକମାନେ ଏବେ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। WhatsApp ହ୍ୟାକ୍ ହୋଇଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର । ସାଂସଦଙ୍କ କହିବା ଅନୁସାରେ, ତାଙ୍କ WhatsApp କୁ ହ୍ୟାକ୍ କରି ସାଇବର ଠକ ବିଭିନ୍ନ ବ୍ୟକ୍ତିଙ୍କୁ ମେସେଜ୍ ପଠାଇ ଅର୍ଥ ମାଗୁଛନ୍ତି।ତେଣୁ ତାଙ୍କ ନମ୍ବରରୁ ଆସୁଥିବା କୌଣସି ମେସେଜ୍ କିମ୍ବା ଟଙ୍କା ମାଗିବା ସମ୍ବନ୍ଧୀୟ ଅନୁରୋଧକୁ ବିଶ୍ୱାସ ନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ବେଳେ ନମ୍ବରକୁ ପୁନରୁଦ୍ଧାର ପାଇଁ ପ୍ରୟାସ ଚାଲିଥିବା ସେ ପୋଷ୍ଟ କରିଛନ୍ତି।ଅନ୍ୟପଟେ ଗତକାଲି କଂଗ୍ରେସ ବିଧାୟକ ଅଶୋକ ଦାସଙ୍କୁ ଏଭଳି ଉପାୟରେ ସାଇବର ଲୁଟେରା ଠକିଥିବା ଅଭିଯୋଗ ଆସିଥିଲା। ସାଧାରଣ ଲୋକଙ୍କ ପରେ ଏବେ ଜନପ୍ରତିନିଧିମାନେ ମଧ୍ୟ ସାଇବର ଅପରାଧୀଙ୍କ ଟାର୍ଗେଟରେ ରହୁଥିବାରୁ ଚିନ୍ତା ବଢ଼ିଛି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…