ଆଇପିଏଲ୍ ୨୦୨୪:


ଆଇପିଏଲ୍ ୨୦୨୪: ଏୟାରଟେଲ-ଜିଓ-ଭିଆଇ ଗ୍ରାହକ ଦେଖିବେ ଫ୍ରି-ଲାଇଭ୍ ମ୍ୟାଚ।ମାର୍ଚ୍ଚ ୨୨ରୁ ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ଯାଉଛି। ୧୭ତମ ସିଜିନ୍ ରେ ଏୟାରଟେଲ, ଜିଓ ଏବଂ ଭିଆଇ ଗ୍ରାହକ ବିନା ଚିନ୍ତାରେ ଫ୍ରି-ଲାଇଭ୍ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ଗ୍ରାହକ ଜିଓ ସିନେମାରେ ୨ ମାସର ଏହି ସିଜିନ୍ ର ପ୍ରତିଟି ମ୍ୟାଚ୍ ଦେଖିବାର ଅବସର ପାଇବେ। ଜିଓ ସନେମାରେ ଆଇପିଏଲ୍ ମ୍ୟାଚ୍ ୪-କେ ରିଜୋଲ୍ୟୁସନରେ ଷ୍ଟ୍ରିମିଂ କରାଯିବ। ଆଇପିଏଲ୍ ମ୍ୟାଚ୍ ସାଧାରଣତଃ ୪ରୁ୫ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ। ତେଣୁ ମ୍ୟାଚ୍ ର ଷ୍ଟ୍ରିମିଂ ମ‌ୋବାଇଲ୍ ରେ ଦେଖିଲେ ବହୁ ପରିମାଣର ଡାଟା ଖର୍ଚ୍ଚ ହେବ। ହାଇ ରିଜୋଲ୍ୟୁସନରେ କଣ୍ଟେଟ୍ ଦେଖିଲେ ସାଧାରଣତଃ ଅଧିକ ଡାଟା ଖର୍ଚ୍ଚ ହୋଇଥାଏ।ଫୁଲ୍ ଏଚଡି(୧୦୮୦ପି)ରେ ଏକ ସିଙ୍ଗଲ୍ ଆଇପିଏଲ୍ ମ୍ୟାଚ୍ ଦେଖିଲେ ୩.୫ଜିବି ଡାଟା ଖର୍ଚ୍ଚ ହେଉଥିବାବେଳେ ୪-କେ‌ ଷ୍ଟ୍ରିମିଂରେ ଏହି ମ୍ୟାଚ୍ ଦେଖିଲେ ୨୨ଜିବି ଡାଟା ଖର୍ଚ୍ଚ ହୋଇଥାଏ।ମାତ୍ର ପୂରା ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଗ୍ରାହକଙ୍କ ସୁବିଧା ଲାଗି ଏୟାରଟେଲ, ଜିଓ ଏବଂ ଭିଆଇ ପକ୍ଷରୁ ଗ୍ରାହକଙ୍କୁ ବିଭିନ୍ନ ପ୍ରିପେଡ୍ ପ୍ଲାନ୍ ରିଚାର୍ଜ ଅଫର ପ୍ରଦାନ କରାଯାଉଛି। ଏନେଇ ଦୈନିକ ୩-ଜିବି ଏବଂ ୪-ଜିବି ଡାଟା ପ୍ଲାନ୍ ଆରମ୍ଭ କରାଯାଇଛି। ଏଥିରେ ଅନଲିମିଟେଡ୍ ୫-ଜି ଡାଟା ଅଫର ରହିଛି।ଏୟାରଟେଲର ୬୯୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ରେ ଦୈନିକ ୩-ଜିବି ୪-ଜି ଡାଟା ମିଳିବା ସହିତ ପ୍ରାଇମ୍ ଭିଡ଼ିଓର ସବସ୍କ୍ରିପସନ୍ ମାଗଣା ଅଫର ରହିଛି। ଏହି ପ୍ଳାନ୍ ରେ ଗ୍ରାହକ ଅନଲିମିଟେଡ୍ ୫-ଜି ଡାଟା ବ୍ୟବହାର କରି ପାରିବେ। ଏହା ସହିତ ଏୟାରଟେଲ୍ ର ୨୯ ଟଙ୍କିଆ ଟପ୍ ଅପ୍ ରିଚାର୍ଜ କରି ମଧ୍ୟ ଗ୍ରାହକ କମ୍ ଦାମ୍ ରେ ସୁବିଧା ପାଇ ପାରିବେ।ଜିଓ ପକ୍ଷରୁ ଗ୍ରାହକଙ୍କ ପାଇଁ ଦୁଇଟି କ୍ରିକେଟ ପ୍ଲାନ୍ ଅଫର୍ ପ୍ରଦାନ କରାଯାଉଛି। ୪୪୪ ଟଙ୍କାର ଏହି ଡାଟା ପ୍ଲାନ୍ ରେ ୧୦୦ ଜିବି ଡାଟା ଅଫର୍ ଦିଆଯାଉଛି। ଏହାର ବୈଧତା ୬୦ ଦିନ ରହିଛି। ସେହିପରି ୬୬୭ ଟଙ୍କାର ରିଚାର୍ଜ ପ୍ଲାନ୍ ରେ ୧୫୦ ଜିବି ଡାଟା ପ୍ରଦାନ କରାଯାଉଛି। ଏହାର ବୈଧତା ୯୦ ଦିନ ରହିଛି।ଏହା ସହିତ ୯୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ରେ ପ୍ରତିଦିନ ୩-ଜିବି ୪-ଜି ଡାଟା ମିଳୁଥିବାବେଳେ ଏହି ପ୍ଲାନ୍ ରେ ୫-ଜି ଅନଲିମିଟେଡ୍ ଡାଟାର ଅଫର୍ ରହିଛି। ଏହାର ବୈଧତା ୮୪ ଦିନ ଅଛି। ଏହା ସହିତ ଏକ ମାସର ୩୯୯ ଟଙ୍କାର ପ୍ଲାନ୍ ରେ ଦୈନିକ ୩-ଜିବି ୪-ଜି ଡାଟା ଗ୍ରାହକଙ୍କୁ ପ୍ରଦାନ କରାଯିବା ସହିତ ୬-ଜିବିର ଅତିରିକ୍ତ ଡାଟା ଉପଲବ୍ଧ ହେଉଛି।ସେହିପରି ଭୋଡ଼ାଫୋନ ଆଇଡ଼ିଆ ପକ୍ଷରୁ ୬୯୯ ଟଙ୍କାର ୫୬ ଦିନିଆ ରିଚାର୍ଜ ପ୍ଲାନ୍ ରେ ଦୈନିକ ୩-ଜିବି ଡାଟା ମିଳୁଥିବାବେଳେ ଗ୍ରାହକ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଅନଲିମିଟେଡ୍ ୪-ଜି ଡାଟା ପାଇପାରିବେ। ଏହି ପ୍ଲାନ୍ ରେ ଭିଆଇ ମୁଭିଜ୍ ଆଣ୍ଡ ଟିଭି ସବସ୍କ୍ରିପସନ୍ ମାଗଣାରେ ମିଳୁଛି। ଏହା ସହିତ ୪୭୫ ଟଙ୍କାର ରିଚାର୍ଜ ପ୍ଲାନ୍ ରେ ୨୮ ଦିନ ପାଇଁ ଦୈନିକ ୪-ଜିବି ଡାଟା ମିଳୁଛି।ଏହା ସହିତ ଭିଆଇର ୨୫ ଟଙ୍କିଆ ପ୍ଲାନ୍ ରେ ୧.୫ ଜିବି ଡାଟା ଉପଲବ୍ଧ ହେଉଛି। ସେହିଭଳି ୪୧୮ ଟଙ୍କା ପ୍ଲାନ୍ ରେ ୫୬ ଦିନ ପାଇଁ ୧୦୦ ଜିବି ଡାଟା ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି।ଏମିତି ନୂଆ ଧାରାବାହିକ ଏବଂ କାହାଣୀ ପାଇବା ପାଇଁ👇ଏଥିରେ ଯୋଡ଼ି ହୁଅନ୍ତୁ।https://t.me/odia_story_kahani


error: Content is protected !!