ଶୁଣିଲାନି କ୍ୟାପିଟାଲ ହସ୍ପିଟାଲ


ଦାମଙ୍କ ଅବସ୍ଥା ସଂକଟାପନ୍ନ ନେଇ ପୁଅ ସମ୍ବିତଙ୍କ ଗୁରୁତର ଅଭିଯୋଗ।କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହେଲା କହିଲେ ସମ୍ବିତ।ଦାମଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା।୧୮ ତାରିଖ ରାତିରେ ହାର୍ଟଆଟାକ୍‌ ହେଲା, କ୍ୟାପିଟାଲ ହସ୍ପିଟାଲ ନେଲୁ।ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ।ବାରମ୍ବାର କହିବା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍‌ ଦେଲେନି।ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ।ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା।ଡେରି ହେବାରୁ ବ୍ରେନକୁ ଅକ୍ସିଜେନ୍‌ ଓ ବ୍ଲଡ୍‌ ଠିକ ଭାବେ ଗଲାନି।ଘରୋଇ ହସ୍ପିଟାଲରେ ସିପିଆର୍‌ ଦେଲା ପରେ ହାର୍ଟ କାମ କରୁଛି।ଏବେ ହାର୍ଟ କାମ କରୁଛି, କିନ୍ତୁ ବ୍ରେନ୍‌ ବହୁତ ଖରାପ ହୋଇଯାଇଛି।ସମ୍ବିତଙ୍କ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ମିଳିନି।


error: Content is protected !!