ଦୁଇ ନକଲି ଆରଟିଓ ଅଧିକାରୀଙ୍କୁ ଗିରଫ


ବାଲେଶ୍ୱର:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଲକ୍ଷ୍ମଣନାଥ ଚେକପୋଷ୍ଟରୁ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ଵର ପୋଲିସ ପେଟ୍ରୋଲିଂ ବେଳେ ୨ ଜଣ ନକଲି ଆରଟିଓ ଅଧିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନାଁରେ IPC ଧାରା ୪୭୭, ୪୨୦ ୩୮୪, ୩୪ରେ କେସ ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ୨ ଜଣ ବ୍ୟକ୍ତି ମଧ୍ୟରୁ ଜଣେ ଜଳେଶ୍ଵର ଅଞ୍ଚଳର ବାବୁ ଏଵଂ ପଡୋଶୀ ରାଜ୍ୟ ଝାଡଖଣ୍ଡ ଅଞ୍ଚଳର ସମ୍ଭୁ। ଏହି ୨ ଜଣ ବାହାର ରାଜ୍ୟର ଓ ଦେଶର ଗାଡ଼ି ଡ୍ରାଇଭର ମାନଙ୍କୁ ନକଲି ଟ୍ରାନ୍ସପୋର୍ଟ ପାସିଂ ଦେଉଥିବା ଦେଉଥିଲେ। ସେମାନଙ୍କ ପାଖରୁ ବିଭିନ୍ନ ରାଜ୍ୟର ଚେକପୋଷ୍ଟ ରିସିଭ ବୁକ,୧୧ଟି ନକଲି ଷ୍ଟାମ୍ପ ସହ ମୋବାଇଲ , ଲାପଟପ୍ ଓ ଗାଡ଼ି ଜବତ କରିଛି।


error: Content is protected !!