ଭର୍ତ୍ତୃହରିଙ୍କ ପାଇଁ ବଢ଼ିଲା ଅଡୁଆ


କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଇଁ ବଢ଼ିଲା ଅଡୁଆ।ପୋଲିସ SIଙ୍କୁ ମାଡ଼ ଅଭିଯୋଗ ମାମଲାରେ ହେଲା ଚାର୍ଜଫ୍ରେମ୍‌।କଟକ ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ହେଲା ଚାର୍ଜଫ୍ରେମ୍‌।ଆଇପିସି ଦଫା ୩୪୧, ୩୨୩, ୨୯୪, ୩୫୩, ୫୦୬ରେ ଚାର୍ଜଫ୍ରେମ୍‌।୨୦୧୧ ମସିହା ଜାନୁଆରୀ ୨୩ରେ ମାଡ଼ ଅଭିଯୋଗ ହୋଇଥିଲା।ତତ୍କାଳୀନ SI, ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ର ଅଭିଯୋଗ କରିଥିଲେ।ଭର୍ତ୍ତୃହରି ତାଙ୍କୁ ଚାପୁଡ଼ା ମାରିଥିବା ନେଇ ଏତଲା କରିଥିଲେ ଅମିତାଭ।ଦରଘାବଜାର ଥାନାରେ ଏତଲା ପରେ ପୋଲିସ ତଦନ୍ତ କରିଥିଲା।ଅଭିଯୋଗ ଓ ଚାର୍ଜଫ୍ରେମ୍‌ ସଂପର୍କରେ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା ମିଳିନି।


error: Content is protected !!