ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି। ନିଖାଜ ଯୁବକ ଜଣକ ବାଲେଶ୍ୱରର ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ବାଲେଶ୍ୱରରୁ ୩ଜଣ ସାଙ୍ଗ ବୁଢାବଳଙ୍ଗ ନଦୀର ନାର୍ଖା ବ୍ରିଜକୁ ଗାଧୋଇବାକୁ ଆସିଥିଲେ। ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପାଣି ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ବୈଶିଙ୍ଗା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍ ସାହାର୍ଯ୍ୟରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…