ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨ ଦିବ୍ୟାଙ୍ଗ ଯୋଡ଼ିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସ୍ବପ୍ନା ସାହୁ ଓ ରାଜକୁମାର ସାହୁ ଏବଂ ସବିତା ସିଂ ଓ ପ୍ରଦୀପ କୁମାର ପଣ୍ଡା ପରସ୍ପର ଜୀବନସାଥୀ ହୋଇଥିଲେ। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ବିଭିନ୍ନ ଉପହାର ଦେଇଥିଲେ। ପାୱାର ଅଫ୍ ଦିବ୍ୟାଙ୍ଗ ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ଅଗ୍ରୱାଲ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନବଦମ୍ପତିଙ୍କୁ ସେ ଶୁଭେଚ୍ଛା ଜଣାଇବା ସହିତ ଯେଉଁ ଦିବ୍ୟାଙ୍ଗମାନେ ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ପାୱାର ଅଫ୍ ଦିବ୍ୟାଙ୍ଗ ଅନୁଷ୍ଠାନ ସହିତ ସମ୍ପର୍କ ତଥା ଯୋଗାଯୋଗ ରଖିଲେ ବିବାହ କାର୍ଯ୍ୟ ସମ୍ପନ୍ନ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ଅଗ୍ରୱାଲ କହିଥିଲେ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…