July 8, 2026

Now Odisha

Now Odisha

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

Spread the love

କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ବ୍ଲକର ବୋରପଦର ଗ୍ରାମ ପଞ୍ଚାୟତରେ ଡିସେମ୍ବର ୨୦୨୫ ରୁ ଚଳିତ ମାସ ୬ ତାରିଖ ମଧ୍ୟରେ ମନରେଗା ଯୋଜନାରେ ୧୭ ଟି ବିଭିନ୍ନ ପ୍ରକଳ୍ପ ଗୁଡିକରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ ହୋଇଛି ।

ପ୍ରକଳ୍ପ ଗୁଡିକ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । କନିଷ୍ଠ ଯନ୍ତ୍ରୀ ବିଲ୍ ନକରି ମନରେଗା ଦାୟିତ୍ଵରେ ଥିବା ଅଧିକାରୀମାନେ ଅନଲାଇନ୍ ପେମେଣ୍ଟ୍ ପାଇଁ ( ଏଫ୍ ଟି ଓ) ଫଣ୍ଡ ଟ୍ରାନ୍ସଫର ଅର୍ଡର( ଏଣ୍ଟ୍ରି) କରିଥିବା ନେଇ ବୋରପଦର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଧବ ସାହୁ ଓ ଭଟାପଲା ଗ୍ରାମର ଲୋକମାନେ ଜିଲାପାଳ କଳାହାଣ୍ଡି, ଦୁର୍ନୀତି ନିବାରଣ ଵିଭାଗ ଏସପି, ଡିଏସପି ଭବାନୀପାଟଣାଙ୍କୁ ସାକ୍ଷାତ୍ କରିବା ସହ ଉଚିତ ତଦନ୍ତ କରାଯିବାକୁ ଦାବି କରି ଲିଖିତ ଭାବେ ଅଭିଯୋଗ ଜଣାଇଥିବା ପୂର୍ବତନ ସରପଞ୍ଚ ମାଧବ ସାହୁ କହିଛନ୍ତି ।

ଆମେ ଜିଲା ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ ମନରେଗା ସାଇଟରୁ ଏଫ୍ ଟି ଓ ହୋଇଥିବା ବିଭିନ୍ନ ପ୍ରକଳ୍ପର ପେମେଣ୍ଟ ବୀବରଣୀକୁ ବ୍ଲକ ପ୍ରଶାସନ କିଭଳି ଓ କେଉଁ କାରଣରୁ ଡିଲିଟ କରିଦେଲେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀ ବିନୟ ପ୍ରସାଦ ସାହୁଙ୍କୁ ପଚାରିବାରୁ ମୁଁ ଅଭିଯୋଗ ହୋଇଥିବା ନିର୍ଦ୍ଦିଷ୍ଟ କିଛି ପ୍ରକଳ୍ପ ଗୁଡିକର ମ୍ୟାଟେରିଆଲ ବିଲ୍ କରି ନାହିଁ, ତେବେ କିଭଳି ଏମିତି ହେଉଛି ମୁଁ ବୁଝପାରୁନାହିଁ ବୋଲି କହିଛନ୍ତି । ଠିକ୍ ସେହପରି ବୋର ପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁବାଷ ସାହୁଙ୍କୁ ପଚାରିବାରୁ ଏଫ୍ ଟି ଓ ହୋଇ ନାହିଁ, ଏହା ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି।

ଅନ୍ୟପଟେ ସାଇଟରୁ ତଥ୍ଯ କାହିଁକି ଡିଲିଟ କରାଗଲା ବୋଲି ସମ୍ପୁକ୍ତ ଗ୍ରାମ ପଞ୍ଚାୟତର ମନରେଗା ଦାୟିତ୍ଵରେ ଥିବା ଏ ଡି ଇ ଓ ରାମ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଡିଲିଟ କରିଥିବା ସ୍ୱୀକାର କରିବା ସହ ଡିଲିଟର କାରଣ ସଠିକ୍ ଭାବେ କହି ପାରି ନଥିଲେ । ଏଣୁ ଦୁର୍ନୀତି ଵିଭାଗ ପକ୍ଷରୁ ଉପୟୁକ୍ତ ତଦନ୍ତ କରାଗଲେ ଅଭିଯୋଗର ସତ୍ୟାସତ୍ୟ ଜାଣିହେବ ବୋଲି ଭଟାପଲା ଗ୍ରାମର ରୁଦ୍ର ମଣୀ ସାହୁ ଓ କ୍ଷୀର ସିନ୍ଧୁ ସାହୁ କହିଛନ୍ତି ।

error: Content is protected !!