ବାରହା ଆକ୍ରମଣ ରେ ଜଣେ ମୃତ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ସକାଳ ୯ ଟା ସମୟରେ ସାତପଡ଼ା ବଳଭଦ୍ର ପୁର ଦୁଇ ଜଣ ମହିଳା ନିକଟ ପୋଖରୀ କୁ ଗାଧେଇ ଯାଇଥିଲେ। ନିକଟ ପୋଲାଙ୍ଗ ଗଛ ମୂଳରେ ଥିବା ଏକ ବାରହା ଆସି ହଠାତ ଆକ୍ରମଣ କରିଥିଲା। ଆକ୍ରମଣ ରେ ମହିଳା ପଦ୍ମାବତୀ ଜାଲି ଏବଂ ବ୍ରାହ୍ମଣୀ ଦଳେଇ ଗୁରୁତର ଭାବେ ଆହତ ହୋଇଥିଲେ।ତେବେ ଖବର ପାଇ ପରିବାର ଲୋକ ଏବଂ ଜନସାଧାରଣ ଆହତ ଙ୍କୁ ପୁରୀ ବଡ଼ ଡାକ୍ତରଖାନା କୁ ନେଇଥିଲେ। ସେଠାରେ ଡାକ୍ତର ପଦ୍ମାବତୀ ଜାଲି ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ଗୁରୁତର ଆହତ ବ୍ରାହ୍ମଣୀ ଦଳେଇ ଙ୍କୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି। ଏନେଇ ମୃତ ଜାଲିଙ୍କ ସାନପୁଅ ସଞ୍ଜୟ କୁମାର ଜାଲି ସାତପଡ଼ା ଫାଣ୍ଡିରେ ଏକ ଏତଲା ଦେଇଥିବା ଜଣାପଡ଼ିଛି। ବନ ବିଭାଗ କାର୍ଯ୍ୟାଳୟ ନିକଟରେ ଘଟଣା ଘଟିଥିଲେ ମଧ୍ୟ ବିଭାଗ ନିକଟରେ ଏନେଇ କୌଣସି ଖବର ନ ଥିବା ଜଣାପଡ଼ିଛି। ଏନେଇ ସାତପଡ଼ା ରେଞ୍ଜର ରଞ୍ଜନ ବେହେରା ଙ୍କୁ ପଚାରିବାରେ ଏଭଳି ଘଟଣା ଘଟିଥିବା ଶୁଣୁଛି ବୋଲି ଉତ୍ତର ଦେଇଥିଲେ। ସହାୟତା ସମ୍ପର୍କ ରେ ପଚାରିବାରେ ମୃତକ ଙ୍କ ପରିବାର କୁ ଏବଂ ଆହତ ପରିବାର କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ।
ପୁରୀ ରୁ କୈଳାଶ ଚନ୍ଦ୍ର ପଟନାୟକ ଙ୍କ ରିପୋର୍ଟ ନାଓ ଓଡିଶା ନ୍ୟୁଜ

More Stories
କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି…
ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍କା
ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!