July 14, 2026

Now Odisha

Now Odisha

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା |

Spread the love

ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଫିଙ୍ଗି ଦେଇଛନ୍ତି। ମୃତ ଯୁବକ ହେଲେ ସମଲେଇଚୁଆ ଗ୍ରାମର ସ୍ବରୂପ କୁମାର ପାଣ୍ଡେ (୨୭) ଓରଫ ବବୁନ।

ସମଲେଇଚୁଆ ଗ୍ରାମର ଅଷାଢୁ ପାଣ୍ଡେଙ୍କ ପୁଅ ସ୍ବରୂପ ସମ୍ବଲପୁରରେ ରହୁଥିଲେ। ସେ ଗାଁକୁ ଆସିଥିଲେ ମଧ୍ୟ ପରିବାର ଲୋକେ ଜାଣି ନ ଥିଲେ।  ୨ ଦିନ ତଳେ ତାଙ୍କ ଶିକ୍ଷକ ବାପା କୌଣସି କାମରେ ଭୁବନେଶ୍ୱର ଯାଇ ଶନିବାର ସକାଳେ ଘରକୁ ଫେରିଥିଲେ। ପୂର୍ବାହ୍ନ ୧୦.୫୧ରେ ଗ୍ରାମର ଜଣେ ଯୁବକ ଫୋନ ଯୋଗେ ତାଙ୍କ ପୁଅ ଅଇଁଲାସାରୀ-ପାଙ୍କେଲ ପାଣ୍ଡିରୀ-ଡୁଙ୍ଗୁରି ଜଙ୍ଗଲିଆ ରାସ୍ତା ପାର୍ଶ୍ୱ ବୁଦାରେ ପଡ଼ିଥିବା ଜଣାଇଥିଲେ। ଫୋନ ପାଇ ସେ ଘଟଣାସ୍ଥଳରେ ଯାଇ ଦେଖିଲା ବେଳକୁ ବୁଦାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।

ଆଇଆଇସି ରୋଜାଲିନ ପଟେଲ, ଏସ୍‌ଆଇ ଅମିତ କୁମାର ଧଳ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ଅନ୍ୟପକ୍ଷେ ପାରିପାର୍ଶିକ ଅବସ୍ଥାକୁ ଦେଖିଲେ କେହି ଦୁର୍ବୃତ୍ତ ସ୍ବରୂପଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଫେରାର ହୋଇଯାଇଥିବା ଜଣାପଡିଛି। ସ୍ବରୂପଙ୍କ ମୁଣ୍ଡ, ୨ କାନରେ ଆଘାତ ଲାଗିବା ସହ ରକ୍ତସ୍ରାବ, ଗୋଡ଼ରେ ଆଘାତ ଲାଗିଥିବାବେଳେ ମୁହଁକୁ ଏକ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା ଦେଖିବାକୁ ମିଳିଛି।

ନିକଟସ୍ଥ ଗ୍ରାମର କେତେଜଣ ଯୁବକଙ୍କ ସହିତ ତାଙ୍କର ପୂର୍ବ ଶତ୍ରୁତା ରହିଥିବାରୁ ପୁଅଙ୍କୁ ହତ୍ୟା କରାଯାଇଥିବା ବାପା ଅଷାଢୁ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳକୁ ସୋନପୁର ଏସ୍‌ଡିପିଓ କଲ୍ୟାଣୀ ବେହେରା, ଆଇଆଇସି ପଟେଲ, ସୋନପୁର ଡଗ ସ୍ବାଡ୍‌ ଟିମ, ବଲାଙ୍ଗୀରର ସାଇଣ୍ଟିଫିକ ଟିମ ପହଞ୍ଚତ୍ ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ରାସ୍ତାରେ ପଡ଼ିଥିବା ରକ୍ତ ନମୁନା ସଂଗ୍ରହ କରି ନେଇଛନ୍ତି। ଅଭିଯୋଗକ୍ରମେ ଥାନାରେ ବିଏନ୍‌ଏସ୍‌ ଦଫା ୧୦୩ (୧) ରେ ନଂ. ୧୭୦/୨୬ରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଅମିତ କୁମାର ଧଳ କହିଛନ୍ତି। ବାପା ଶିକ୍ଷକ ଅଷାଢୁ ଓ ମା’ ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳୀଙ୍କ ସେ ଏକ ମାତ୍ର ପୁଅ ଥିଲେ।

error: Content is protected !!