ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚିନୟାମା ନନ୍ଦଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ୱାର୍ଡେନ ଛାତ୍ରୀମାନଙ୍କୁ ଅଭିଯୁକ୍ତଙ୍କ ସହ ପରିଚୟ କରାଇଥିଲେ । ଅଭିଯୋଗ ହେବା ପରେ ପୁଲିସ ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ବାବାଙ୍କୁ ଧରିବାକୁ ଛାନଭିନ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ଅଭିଯୁକ୍ତ ବାବାଙ୍କୁ ଧରିବାକୁ ଶେଷ ସ୍ଥାନ ଆଗ୍ରାର ଆଖାପାଖରେ ଚିହ୍ନଟ କରାଯାଇଛି । ପୀଡିତାଙ୍କ ବୟାନ ୧୬୪ ଧାରା ଅନୁଯାୟୀ ବିଚାରପତିଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି । ୩୨ଜଣ ଛାତ୍ରୀଙ୍କ ମଧ୍ୟରୁ ୧୭ଜଣ ଛାତ୍ରୀ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି । ଛାତ୍ରୀମାନେ କହିଛନ୍ତି ଯେ ସେମାନଙ୍କୁ ଅପମାନଜନକ ଭାଷା, ଅଶ୍ଳୀଳ ହ୍ୱାଟସଆପ୍ ମେସେଜ୍ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । ଆଶ୍ରମର ନାମ ଶ୍ରୀ ଶାରଦା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଏବଂ ଅଭିଯୁକ୍ତ ହେଉଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥି ।
ପୁଲିସ ଏହି ଘଟଣାରେ ସଂପୃକ୍ତଙ୍କ ବାବାଙ୍କ ବିଳାସପୂର୍ଣ୍ଣ କାର ଜବତ କରିଛି । ଯେଉଁଥିରେ ଅଭିଯୁକ୍ତ ଅପରେଟର ଏକ ନକଲି ଜାତିସଂଘ ଦୂତାବାସ ନମ୍ବର ପ୍ଲେଟ୍ ଲଗାଇଥିଲେ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…