ରାଜ୍ୟରେ ୨୦୨୪ ନିର୍ବାଚନୀ ବିଗୁଲ୍ ବାଜି ସାରିଛି


ଗ୍ରୁପ୍ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଶୁଭ ସନ୍ଧ୍ୟା l ମେସେଜ୍ ଟି କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା ଆମର ଉଦ୍ଦେଶ୍ଯ ନୁହେଁ lଏବେ ରାଜ୍ୟରେ ୨୦୨୪ ନିର୍ବାଚନୀ ବିଗୁଲ୍ ବାଜି ସାରିଛି। ସେଥିପାଇଁ ସମସ୍ତେ ନିଜ ନିଜ ଦଳୀୟ ପ୍ରାର୍ଥୀ ଓ ସ୍ଵାଧୀନ ପ୍ରାର୍ଥୀ ମାନଙ୍କ ପାଇଁ ଜୋର୍ ସୋର୍ ରେ ଲାଗି ପଡ଼ିଛନ୍ତି l ଯାହାକି ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର ଅଟେ…ସେଥିରେ ଆମର କିଛି ଦେବାର ନାହିଁ କି ନେବାର ନାହିଁ l କିନ୍ତୁ ଗତ କିଛିଦିନ ହେବ ଆମେ ଲକ୍ଷ୍ୟ କରୁଛୁ କି ଏହି ଗ୍ରୁପ୍ ରେ ବିଭିନ୍ନ ରାଜନୈତିକ ଦଳ ର କିଛି ସମର୍ଥକ ମାନେ ନିଜ ନିଜର ରାଜନୈତିକ ଆରୋପ ପ୍ରତ୍ୟାରୋପ ଏବଂ ଆକ୍ଷେପ ମୂଳକ ବାର୍ତ୍ତା ଓ ଭିଡ଼ିଓ ପୋଷ୍ଟ କରି ଜଣେ ଅନ୍ୟ ଜଣଙ୍କୁ ନୀଚ ଦେଖାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି l ଦୟାକରି ସେଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ l କାରଣ ସେଥିପାଇଁ ଆପଣ ମାନଙ୍କ ପାଇଁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଅଛି l ତେଣୁ ଆପଣ ମାନେ ସେଭଳି ମେସେଜ୍ ବା ବାର୍ତ୍ତା କି ଭିଡ଼ିଓ ଉକ୍ତ ଗ୍ରୁପ୍ ରେ ପୋଷ୍ଟ କରନ୍ତୁ ବା ନିଜ ନିଜ ରାଜନୈତିକ ଗ୍ରୁପ୍ ନୂତନ ଭାବେ ସୃଷ୍ଟି କରନ୍ତୁ l ଯେହେତୁ ଏହି ଗ୍ରୁପ୍ ରେ କିଛି ନିରପେକ୍ଷ ଓ ବୁଦ୍ଧିଜୀବୀ ବ୍ୟକ୍ତି ସଦସ୍ୟ, ସଦସ୍ୟା ଅଛନ୍ତି ସେମାନେ ବ୍ୟକ୍ତିଗତ ଭାବେ ଅନୁରୋଧ କରୁଛନ୍ତି। ଗ୍ରୁପ୍ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବେ ବୋଲି ଆମର ପୂର୍ଣ୍ଣ ଆସା ଓ ବିଶ୍ବାସ l ନଚେତ୍ ବାଧ୍ୟହୋଇ ସେଭଳି ସଦସ୍ୟ ଙ୍କୁ ଗ୍ରୁପ୍ ରୁ ରିମୁଭ୍ କରିବା ପାଇଁ ବାଧ୍ଯ ହେବୁ। କାରଣ ଇଲେକ୍ସନ କମିସନର୍ ଙ୍କ ନୀତି ନିୟମ କୁ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ ଅଟେ l


error: Content is protected !!