ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା


ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା। ୨୦ରୁ ୩୦ ଆସନରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିବ। ଟିକେଟ ଅପେକ୍ଷାରେ ଗୋଟିଏ ଲୋକସଭା ଓ ୩୯ ବିଧାନସଭା ଆସନର ଆଶାୟୀ ରହିଛନ୍ତି। ପୂର୍ବରୁ ବିଜୁ ଜନତା ଦଳ ୧୦୮ ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ। ପୂର୍ବରୁ ୩ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେଡ଼ି। ତେଣୁ ଆଜିର ସମ୍ଭାବ୍ୟ ଚତୁର୍ଥ ପର୍ଯ୍ୟାୟ ତାଲିକା ଉପରେ ସମସ୍ତଙ୍କ ନଜର ଅଟକିଛି।


error: Content is protected !!