ନଈରେ କୁମ୍ଭୀରକୁ ଦେଖି ୩ ଦିନ ହେବ ଆତଙ୍କିତ ଗାଁ ଲୋକେ


ବାଲେଶ୍ବର:(ଭଗବାନ ପଣ୍ଡା):- ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଚପରପଦା ଦେଇ ଯାଇଥିବା ପିତାକାଳିଆ ନଈରେ ଏବେ ଆତଙ୍କ ସୃଷ୍ଟି କରିଛି କୁମ୍ଭୀର l ତେବେ ଗତ ୩ ଦିନ ତଳେ ଗାଁ ରେ କିଛି ଲୋକେ କୁମ୍ଭୀରଟିକୁ ନଈ ର ଆଡିବନ୍ଧରେ ଦେଖିଥିଲେ l ତେବେ ସେହି କୁମ୍ଭୀରଟି ନଈର ଆଡିବନ୍ଦରେ ରହିଥିଲା l ପରେ ଗାଁର କିଛି ଲୋକେ ଏହାକୁ ଦେଖିବା ପରେ ସ୍ଥାନୀୟଲୋକଙ୍କୁ ଡକାଡକି କରିଥିଲେ l ପରେ ସ୍ଥାନୀୟଲୋକେ ଏକତ୍ରିତ ହେବା ପରେ କୁମ୍ଭୀରଟି ନଈ ଭିତରକୁ ପଳାଇଯାଇଥିଲା l ପରେ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ l ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀର ନଈରେ ଭାସୁଥିବା ଦେଖିଥିଲେ l ତେଣୁ ବନବିଭାଗ କୁମ୍ଭୀର ଥିବା ସ୍ପଷ୍ଟ କରିଥିଲା l ସେବେ ଠାରୁ ସ୍ଥାନୀୟଅଞ୍ଚଳର ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଯାଇଛି l ତେଣୁ ଗାଁର ଲୋକ ମାନେ ନଈ ଭିତରକୁ ମାଛ ଧରିବାକୁ ଯାଉନାହାନ୍ତି l ୩ ଦିନ ତଳେ କୁମ୍ଭୀରଟି ଗୋଟିଏ ବଳଦକୁ ଆକ୍ରମଣ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ବିପରୀତ ଆଡି ବନ୍ଧରେ ଦେଖିଥିଲେ l ଗତଦୁଇଦିନ ହେବ ପ୍ରଶାସନ ଆଡି ବନ୍ଧରେ ଠିଆ ହୋଇ ହୋଇ ପଳାଇଯାଇଥିଲେ l କାରଣ ପୂର୍ବରୁ ଏହି ଅଞ୍ଚଳରେ କେବେ କୁମ୍ଭୀର ବାହାରିନଥିଲା ତେଣୁ ସେମାନଙ୍କ ପାଖରେ ଧରିବା ପାଇଁ କୌଣସି ବ୍ୟବସ୍ଥା ନଥିଲା l ତେଣୁ ବନବିଭାଗ ଜାଲ ଆଣିଥିବା ବେଳେ ଏବେ ପ୍ରଶାସନ ତରଫରୁ ଆଜି ବୋଟ ଯୋଗାଇଦିଆଯାଇଛି l ତେଣୁ ଆଜି ନଈ ଭିତରେ ବନବିଭାଗ ପଇଁତରା ମାରୁଛି ଓ କୁମ୍ଭୀରର ପାଦ ଚି଼ହ୍ନକୁ ଦେଖି ଖୋଜାଖୋଜି କରୁଛି l ଅନ୍ୟପଟେ ଗାଁ ଲୋକଙ୍କୁ ସତର୍କ ରହିବାକୁ ବନବିଭାଗ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ମଧ୍ୟ କରାଯାଉଛି l ତେଣୁ ବନବିଭାଗ ତରଫରୁ ନଈ ଭିତରକୁ ଯିବାପାଇଁ ବାରଣ କରାଯାଉଛି l


error: Content is protected !!