ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି


ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିକୁ କଲବଲ କରୁଛି ଗୁଗୁଗୁଳି। ସକାଳ ସାଢେ଼ ୮ଟା ରେ ପଦାକୁ ବାହାରି ହେଉନି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ସମସ୍ତ ବିଦ୍ୟାଳୟ ଗୁଡ଼ିକ ଆସନ୍ତା ୩ ଦିନ ଛୁଟି ଘୋଷଣା କରିଛନ୍ତି। ୧୮ ରୁ ୨୦ ତାରିଖ ଯାଏଁ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଛୁଟି ରହିବ । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି।


error: Content is protected !!