ବିଜେଡି ମିଶ୍ରଣ ପର୍ବ, ବିଜେଡି ରେ ସାମିଲ ହେଲେ କଂଗ୍ରେସ ର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟା ରାଜେଶ୍ୱରି ବିଶୋଇ, କଣ୍ଟମାଲ ପୁର୍ବତନ ସରପଞ୍ଚ ଲକିନାଥ ମାଝୀ, ନୂଆକୋଟ ର ବରିଷ୍ଠ ନେତା ଧନୁର୍ଜୟ ମାଝୀ ଓ ତାଙ୍କ ସହ ତାଙ୍କ ଆନୁଗତ୍ୟ ଥିବା ୨୦୦ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି କର୍ମୀ


ନବରଙ୍ଗପୁର:(ନିର୍ମଳ ବିଷୋୟୀ):- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ଭୁସୁଡୁଛି କଂଗ୍ରେସ ଏବଂ ବିଜେପି ର ଦୁର୍ଗ,ବିଜେଡି ରେ ସାମିଲ ହେଲେ କଂଗ୍ରେସ ର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟା ରାଜେଶ୍ୱରି ବିଶୋଇ, କଣ୍ଟମାଲ ପୁର୍ବତନ ସରପଞ୍ଚ ଲକିନାଥ ମାଝୀ, ନୂଆକୋଟ ର ବରିଷ୍ଠ ନେତା ଧନୁର୍ଜୟ ମାଝୀ ଓ ତାଙ୍କ ସହ ତାଙ୍କ ଆନୁଗତ୍ୟ ଥିବା ୨୦୦ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି କର୍ମୀ ଡାବୁଗାଁ ବିଧାୟକ ଙ୍କ ଉପସ୍ଥିତି ରେ ବିଜେଡ଼ି ରେ ସାମିଲ ହୋଇଛନ୍ତି।ଦିନେ ଡାବୁଗାଁ ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଗଡ ଭାବରେ ପରିଚିତ ଥିଲା କିନ୍ତୁ ଜିଲ୍ଲାରେ ଦିନକୁ ଦିନ କଂଗ୍ରେସ ତାର ଗଡ ବଞ୍ଚେଇବା ରେ ବିଫଳ ହେଉଛନ୍ତି।ଯାହା ଫଳରେ ବିଜୁ ଜନତା ଦଳ ଦିନକୁ ଦିନ ସସକ୍ତ ହେବାରେ ଲାଗିଛି।ସମସ୍ତଙ୍କୁ ବିଧାୟକ ଓ ସାଂସଦ ପ୍ରାର୍ଥୀ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ସେମାନେ ସମସ୍ତେ ବମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରିବେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ଓ ବିଧାୟକ ଙ୍କୁ ମଧ୍ୟ ଜିତାଇବାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।ଏହି ସମସ୍ତେ ଦଳରେ ସାମିଲ ହେବା ଫଳରେ ଦଳ ଡାବୁଗାଁ ରେ ସୁଦୃଢ ହେବ।ଏହି କାର୍ଯ୍ୟକ୍ରମ ରେ ବିଧାୟକ ମନୋହର ରନ୍ଧାରୀ, ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ବ୍ଲକ ସଭାପତି, ଉପାଧ୍ୟକ୍ଷ,ଜିଲ୍ଲା ବିଜେଡ଼ି ଯୁବ ସଭାପତି ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।


error: Content is protected !!