August 21, 2026

Now Odisha

Now Odisha

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

Spread the love

ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ ଜଷ୍ଟିସ ଅତୁଲ ଏସ୍‌ ଚନ୍ଦୁରକରଙ୍କ ଖଣ୍ଡପୀଠ ଜଣେ କ୍ଲର୍କ ଏବଂ ଜଣେ ପିଅନଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଲାଞ୍ଚ ମାଗିଥିବା ପ୍ରମାଣିତ ନହେଲେ କେବଳ ୨୦ଟଙ୍କା ଜବତ ଆଧାରରେ ସେମାନଙ୍କୁ ଦୋଷୀସାବ୍ୟସ୍ତ କରାଯାଇପାରିବ ନାହିଁ।
୧୯୯୬ ଫେବୃଆରୀରେ ଗୁଜରାଟର ଆନନ୍ଦ ଜିଲା ଅନ୍ତର୍ଗତ ବେଚାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଶିକ୍ଷାଗତ ରିହାତି ପାଇଁ ଆୟ ପ୍ରମାଣପତ୍ର ହାସଲ କରିବାକୁ ଜଣେ ଛାତ୍ରଙ୍କଠାରୁ କ୍ଲର୍କ ଜଣକ ୧୨୦ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ନିଜ ପାଇଁ ୧୦୦ଟଙ୍କା ଏବଂ ପିଅନ ପାଇଁ ୨୦ ଟଙ୍କା ମାଗିଥିଲେ। ଏନେଇ ଛାତ୍ରଜଣକ ନୁର୍ନୀତି ନିବାରଣ ବ୍ୟୁରୋ(ଏସିବି)ରେ ଅଭିଯୋଗ କରିବା ପରେ ଏସିବି ରସାୟନ ବୋଳା ୧୨୦ଟଙ୍କା ଦେଇ ଛାତ୍ରଜଣଙ୍କୁ ପୁଣି ପଠାଇଥିଲେ। ଛାତ୍ରଜଣକ ପ୍ରମାଣପତ୍ର ପାଇବା ପରେ ପିଅନଙ୍କୁ ୨୦ଟଙ୍କା ଦେଇଥିଲେ ଏବଂ ଏସିବି ଟିମ୍‌ ସେହି ଟଙ୍କାକୁ ପିଅନଙ୍କ ପାଖରୁ ଜବତ କରିଥିଲା, କିନ୍ତୁ କ୍ଲର୍କଙ୍କ ପାଖରୁ କୌଣସି ଟଙ୍କା ମିଳିନଥିଲା।
ପିଅନ ନିଜେ କୌଣସି ଲାଞ୍ଚ ମାଗିନଥିଲେ । ପ୍ରମାଣର ଅଭାବକୁ ସୁପ୍ରିମକୋର୍ଟ ତଳ କୋର୍ଟ ଏବଂ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ଉଭୟ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଛନ୍ତି।

error: Content is protected !!