August 22, 2026

Now Odisha

Now Odisha

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

Spread the love

 ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ରଙ୍କୁ ଭେଟି ଘରପଟ୍ଟା ପାଇଁ ନିବେଦନ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତରେ ତହସିଲଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ହୁମା ପଞ୍ଚାୟତ ବୋରିଗାଁ ସ୍ଥିତ ରୋଡ଼ ପାର୍ଶ୍ୱରେ ବଳଦିଆଡ଼ିହ ଗ୍ରାମ ଅବସ୍ଥିତ। ଦୀର୍ଘ ବର୍ଷ ଧରି ଲୋକମାନେ ସେଠାରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଘର ପଟ୍ଟା ନାହିଁ। ଫଳରେ ପିଲାମାନେ ଉଚ୍ଚ ଶିକ୍ଷା ଲାଗି ପ୍ରମାଣ ପତ୍ର ପାଇ ପାରୁନାହାନ୍ତି॥ ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଛତ୍ରପୁର ବିଧାୟକ ଏବଂ ହୁମା ସମିତି ସଭ୍ୟଙ୍କୁ ଗ୍ରାମବାସୀ ଭୂୟାଁସୀ ପ୍ରଶଂସା କରିଛନ୍ତି।

error: Content is protected !!