ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା ଅଞ୍ଚଳର ଗହଣା ବ୍ୟବସାୟୀ ତପନ ପରିଡ଼ା ଶନିବାର ମୋରଡ଼ା ଥାନା ଅଧୀନ ସାନମୁଣ୍ଢାବଣି ହାଟକୁ ଗହଣା ବିକ୍ରି ପାଇଁ ଆସିଥିଲେ। ହାଟ ସରିବା ପରେ କାର ଯୋଗେ ସେ ଘରକୁ ଫେରୁଥିଲେ। ତେବେ ଫେରିବା ସମୟରେ ମୋରଡା ଥାନା ଅଧୀନ ନୂଆଗାଁ ପୋଖରୀ ନିକଟରେ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ତପନଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ ଏବଂ ତାଙ୍କ ନିକଟରୁ ପାଞ୍ଚ କେଜି ରୁପା ଓ ୩୦ ଗ୍ରାମର ସୁନା ଗହଣା ଲୁଟ୍ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ତେବେ ଦୁର୍ବୃତ୍ତମାନେ ଗୋଟିଏ ବାଇକ୍ ଘଟଣାସ୍ଥଳରେ ଛାଡ଼ି ପଳାଇଥିବାର ଜଣାପଡ଼ିଛି।

More Stories
ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍ପିନ୍ଙ୍କୁ ଗିରଫ କରି ପୋଲିସ…
ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ
କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ