September 11, 2026

Now Odisha

Now Odisha

ଥେରୁବାଲି ରେଳ ଲାଇନ ଉପରେ ଟ୍ରେନ ଧକାରେ ଦନ୍ତା ହାତୀ ର ମୁର୍ତ୍ୟୁଘଟଣାର ତୋଦନ୍ତ ଜାରି |

Spread the love

ରାୟଗଡ଼:-ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ବିଷମକଟକ ଓ ଥେରୁବାଲି ରେଳ ଲାଇନ୍ ନିକଟରେ ଆଜି ଭୋର ସମୟରେ ଏକ ଅଜ୍ଞାତ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି।ଖବର ପାଇ ରେଳବାଇ ପୋଲିସ, ରେଳ କର୍ତ୍ତୃପକ୍ଷ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନୁ ଜାରି ରଖୁଛନ୍ତି ।ରାୟଗଡ଼ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ଭୋର  ସମୟରେ ରେ ବିଷମକଟକ ଏବଂ ଥେରୁବାଲି ରେଳ ଲାଇନ୍ ମଧ୍ୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ୍ ଧକ୍କାରେ ଜଣେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବିଷମକଟକ ଓ ଥେରୁବାଲି ରେଳ ଲାଇନ୍ ର କିମି ୩୧୨.୫/୭ ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ କେଉଁ ଟ୍ରେନ୍ ଏହି ଧକ୍କା ଦେଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଟ୍ରେନ୍ ଇଞ୍ଜିନର ପ୍ରବଳ ଧକ୍କା ଫଳରେ ଗୁରୁତର ଆହତ ହୋଇ ହାତୀଟି ରେଳ ଲାଇନ୍ କଡ଼ରେ ପଡ଼ିଯାଇଥିଲା। ଖବର ମିଳିବା ବେଳକୁ ହାତୀଟିର ମୃତ୍ୟୁ ଘଟିସାରିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଳବାଇ ପୋଲିସ ଏବଂ ରେଳ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସୁଳରେ ପହଞ୍ଚିଥିଲେ। ଏଥିସହ ସ୍ଥାନୀୟ ବନ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ବନ ବିଭାଗ ଅଧିକାରୀମାନେ ପହଞ୍ଚି ଘଟଣାର ତଦନୁ ଆରମ୍ଭ କରିଛନ୍ତି।

error: Content is protected !!