September 12, 2026

Now Odisha

Now Odisha

ଇଥାନଲ ଯୋଗାଣରେ ମଜଭୁତ ହେଉଛି ଭାରତ: ୮୫ ପ୍ରତିଶତ ଟାର୍ଗେଟ ପୂରା

Spread the love

ନୂଆଦିଲ୍ଲୀ: ଧୀରେ ଧୀରେ ଇଥାନଲ ଯୋଗାଣ କ୍ଷେତ୍ରରେ ଭାରତ ମଜଭୁତ ହେଉଛି। ଇଥାନଲ ସପ୍ଲାଏ ଇଅର ବା ESY ୨୦୨୫-୨୬ ଅଧୀନରେ ଅଗଷ୍ଟ ଶେଷ ସୁଦ୍ଧା ଭାରତରେ ମୋଟ ୮୯୫ କୋଟି ଲିଟର ଇଥାନଲ ଯୋଗାଣ ହୋଇଛି। ଶନିବାର ଅଲ୍ ଇଣ୍ଡିଆ ଡିଷ୍ଟିଲର୍ସ ଆସୋସିଏସନ୍ (AIDA) ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ଏହି ଅବଧି ପାଇଁ ୧,୦୪୮ କୋଟି ଲିଟର ଇଥାନଲର ଯୋଗାଣର ଚୁକ୍ତି ହୋଇଥିଲା।ଏପର୍ଯ୍ୟନ୍ତ ୮୯୫ କୋଟି ଲିଟର ଅର୍ଥାତ୍ ପ୍ରାୟ ୮୫ ପ୍ରତିଶତ ଯୋଗାଣ ସରିଛି। ମୋଟ ୮୯୫ କୋଟି ଲିଟର ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଇଥାନଲ ଶସ୍ୟଭିତ୍ତିକ କଞ୍ଚାମାଲରୁ ଉତ୍ପାଦନ କରାଯାଇଛି। ଏଆଇଡିଏର ତଥ୍ୟ ଅନୁସାରେ, ଶସ୍ୟଭିତ୍ତିକ ଉତ୍ସରୁ ୬୨୪ କୋଟି ଲିଟର ଇଥାନଲ ଯୋଗାଣ ହୋଇଥିବାବେଳେ ଚିନିଭିତ୍ତିକ କଞ୍ଚାମାଲରୁ ୨୭୧ କୋଟି ଲିଟର ଇଥାନଲ ଯୋଗାଣ ହୋଇଛି। ଶସ୍ୟଭିତ୍ତିକ ଉତ୍ସ ମଧ୍ୟରେ ମକାର ସର୍ବାଧିକ ବ୍ୟବବାର କରାଯାଇଛି।

ମକାରୁ ୩୪୫ କୋଟି ଲିଟର ଇଥାନଲ ଉତ୍ପାଦନ ହୋଇଛି। ସେହିପରି ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା FCIରୁ ମିଳିଥିବା ଅତିରିକ୍ତ ଚାଉଳରୁ ୨୧୪ କୋଟି ଲିଟର ଏବଂ କ୍ଷତିଗ୍ରସ୍ତ ଖାଦ୍ୟଶସ୍ୟରୁ ୬୪ କୋଟି ଲିଟର ଇଥାନଲ ଉତ୍ପାଦନ ହୋଇଛି। ଚିନିଭିତ୍ତିକ ଉତ୍ସ ମଧ୍ୟରେ ଆଖୁ ରସର ଅବଦାନ ୧୪୯ କୋଟି ଲିଟର ରହିଥିବା ବେଳେ ବି-ହେଭି ମୋଲାସେସ୍ରୁ ୧୦୭ କୋଟି ଲିଟର ଏବଂ ସି-ହେଭି ମୋଲାସେସ୍ରୁ ୧୫ କୋଟି ଲିଟର ଇଥାନଲ ଉତ୍ପାଦନ ହୋଇଛି। AIDA କହିଛି, ଏହି ତଥ୍ୟ ଭାରତର ଇଥାନଲ ଯୋଗାଣ ବ୍ୟବସ୍ଥାରେ ବଢ଼ୁଥିବା ବିବିଧତାକୁ ଦର୍ଶାଉଛି।

ଏହା ଫଳରେ ଗୋଟିଏ ମାତ୍ର କଞ୍ଚାମାଲ ଉପରେ ନିର୍ଭରଶୀଳତା କମିବା ସହ ଦେଶର ବିଭିନ୍ନ କୃଷିଜାତ ସମ୍ପଦର ଉପଯୋଗ ବଢ଼ୁଛି। ମିଶନ ୟୁଏଇ ସକସେସ୍ ? ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରାଣ୍ଡ ରୋଡ୍ ଶୋ’, ୨. ୪୩ ଲକ୍ଷ ନିବେଶ, ୮ ଲକ୍ଷରୁ ଅଧିକ ଚାକିରି AIDAର ଡେପୁଟି ଡାଇରେକ୍ଟର ଜେନେରାଲ୍ ଭାରତୀ ବାଲାଜୀ କହିଛନ୍ତି, ଏପର୍ଯ୍ୟନ୍ତ ଯୋଗାଣ ହୋଇଥିବା ୮୯୫ କୋଟି ଲିଟର ଇଥାନଲର ପ୍ରାୟ ୭୦ ପ୍ରତିଶତ ଶସ୍ୟଭିତ୍ତିକ କଞ୍ଚାମାଲରୁ ଆସିଛି।

ଏଥିରେ ମକା ଏବଂ ଏଫ୍ସିଆଇର ଅତିରିକ୍ତ ଚାଉଳ ପ୍ରମୁଖ ଭୂମିକା ନେଇଛି। ତେବେ ଚିନିଭିତ୍ତିକ ଉତ୍ସଗୁଡ଼ିକ ମଧ୍ୟ ଇଥାନଲ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ତେବେ ଦେଶରେ ଇଥାନଲ ଉତ୍ପାଦନ କ୍ଷମତା ଓ ଯୋଗାଣ ବଢ଼ୁଥିବାରୁ ଏହା ପାଇଁ ପର୍ଯ୍ୟାପ୍ତ ଏବଂ ନିୟମିତ ଚାହିଦା ସୃଷ୍ଟି କରିବା ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି AIDA କହିଛି। ବର୍ତ୍ତମାନର ଇଥାନଲ-ବ୍ଲେଣ୍ଡିଂ କାର୍ଯ୍ୟକ୍ରମଠାରୁ ଆଗକୁ ବଢ଼ି ଫ୍ଲେକ୍ସ-ଫ୍ୟୁଏଲ୍ ଯାନ (FFV), କମ୍ପ୍ରେସ୍ଡ ବାୟୋଗ୍ୟାସ୍ (CBG), ସଷ୍ଟେନେବଲ୍ ଏଭିଏସନ୍ ଫ୍ୟୁଏଲ୍ (SAF) ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଇଥାନଲର ବ୍ୟବହାର ବଢ଼ାଇବାକୁ ଭାରତ ଲକ୍ଷ୍ୟ ରଖୁଥିବା ବେଳେ ଏହି ଚାହିଦା ଆହୁରି ଗୁରୁତ୍ୱ ବହନ କରିବ।

error: Content is protected !!