ଋତବ୍ରତ କହିଛନ୍ତି ଯେ ତାଙ୍କ ଗୋଷ୍ଠୀ ଚାହୁଁଛି ମମତା ପୁଣି ବିଧାନସଭାକୁ ଫେରନ୍ତୁ ତେବେ ଋତବ୍ରତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଇତିହାସ ଉପରେ ପ୍ରଶ୍ନ ଉଠାଇଛନ୍ତି ପାର୍ଟିର ନାମ ଓ ନିର୍ବାଚନ ସଂକେତକୁ ନେଇ ମମତା ଓ ଋତବ୍ରତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଚାଲିଛି କୋଲକାତା: ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ (ଟିଏମସି) ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି।ଏଥି ମଧ୍ୟରେ ଏକ ନୂଆ ତଥା ଆଶ୍ଚର୍ଯ୍ୟଜନକ ରାଜନୈତିକ ମୋଡ଼ ଆସିଛି। ବିଦ୍ରୋହୀ ଗୋଷ୍ଠୀଙ୍କ ନେତୃତ୍ୱ ନେଉଥିବା ଋତବ୍ରତ ବାନାର୍ଜୀ ମମତାଙ୍କୁ ଏକ ଅଫର ଦେଇଛନ୍ତି। ଶନିବାର ଋତବ୍ରତ କହିଛନ୍ତି ଯେ ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ଉପନିର୍ବାଚନ ଲଢନ୍ତି ତେବେ ତାଙ୍କ ଗୋଷ୍ଠୀ ନିଜ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିନେବ। ତେବେ ଋତବ୍ରତ ବାନାର୍ଜୀ ଏଥି ପାଇଁ ଏକ ଖାସ କାରଣ ଦର୍ଶାଇଛନ୍ତି।
ଋତବ୍ରତ କହିଛନ୍ତି ଯେ ତାଙ୍କ ଗୋଷ୍ଠୀ ଚାହୁଁଛି ମମତା ପୁଣି ବିଧାନସଭାକୁ ଫେରନ୍ତୁ। ଏଥିରେ ଯଦି ମମତା ନନ୍ଦିଗ୍ରାମ ଆସନରୁ ଉପନିର୍ବାଚନ ଲଢି ସଦନକୁ ଫେରନ୍ତି ତେବେ ଆହୁରି ଭଲ ହେବ। କାରଣ ୨୦୨୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଋତବ୍ରତ ବାନାର୍ଜୀ ଗୋଷ୍ଠୀଙ୍କ କହିବା କଥା ହେଉଛି ସେମାନେ ଉପ ନିର୍ବାଚନ ପାଇଁ ନିଜ ଗୋଷ୍ଠୀର ପ୍ରାର୍ଥୀ ବାଛି ସାରିଲେଣି।
ଏହା ସତ୍ତ୍ୱେ ଯଦି ମମତା ବାନାର୍ଜୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି କରନ୍ତି ଓ ସ୍ୱାଧୀନ ପ୍ରାର୍ଥୀ ବି ହୁଅନ୍ତି ତେବେ ତାଙ୍କ ପାର୍ଟି ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିବ ଓ ମମତାଙ୍କୁ ସମର୍ଥନ କରିବ। ତେବେ ଋତବ୍ରତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଇତିହାସ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀ କେବେ ସିଧା ନିର୍ବାଚନରେ ଜିତି ନାହାନ୍ତି ଓ ସର୍ବଦା ଉପ ନିର୍ବାଚନରେ ଜିତି ସଦନକୁ ପହଞ୍ଚନ୍ତି। ହେଲେ ଋତବ୍ରତ ତାଙ୍କ ରଣନୀତି ଉପରେ ଭରସା କରି ଆଗାମୀ ଉପନିର୍ବାଚନରେ ତାଙ୍କ ପାର୍ଟିର ପ୍ରାର୍ଥୀ ହିଁ ଜିତିବେ ବୋଲି କହିଛନ୍ତି।
ଋତବ୍ରତଙ୍କ ଏପରି ବୟାନ ସେତେବେଳେ ଆସିଛି ଯେତେବେଳେ ପାର୍ଟିର ନାମ ଓ ନିର୍ବାଚନ ସଂକେତକୁ ନେଇ ମମତା ଓ ଋତବ୍ରତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ରାଜ୍ୟର ୨ଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ପୂର୍ବରୁ ଏହି ମାମଲା ନିର୍ବାଚନ ଆୟୋଗଙ୍କ ନିକଟକୁ ପହଞ୍ଚି ସାରିଲାଣି, ଯେଉଁଥିରେ ଉଭୟ ଗୋଷ୍ଠୀ ପାର୍ଟିର ନାମ ଓ ନିର୍ବାଚନ ସଂକେତ ଉପରେ ନିଜର ଦାବି ଉପସ୍ଥାପନ କରୁଛନ୍ତି। ପଶ୍ଚିମବଙ୍ଗର ରେଜି ନଗର ଓ ନନ୍ଦିଗ୍ରାମ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ଆୟୋଗ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏଥିରେ ସେପ୍ଟେମ୍ବର ୧୬ ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୧୭ରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅକ୍ଟୋବର ୬ ତାରିଖରେ ଭୋଟ ଏବଂ ୯ ତାରିଖରେ ଫଳାଫଳ ଘୋଷଣା ହେବ।

More Stories
ଚିକିତ୍ସା ବାହାନାରେ ଆସି ସଶସ୍ତ୍ର ଡକାୟତି ବନ୍ଧୁକ ମୁନରେ ଟଙ୍କା ଓ ସୁନା ଲୁଟ୍୍
ଇଥାନଲ ଯୋଗାଣରେ ମଜଭୁତ ହେଉଛି ଭାରତ: ୮୫ ପ୍ରତିଶତ ଟାର୍ଗେଟ ପୂରା
ସୁପରହୀରୋ ହେବେ ଅମୀର