ରାଜସ୍ଥାନ : ରାଜସ୍ଥାନର ପ୍ରତାପଗଡ଼ରୁ ଆସିଥିବା ଏହି ଲଜ୍ଜାଜନକ ଦୃଶ୍ୟ,ପୂରା ଦେଶକୁ ଦୋହଲାଇ ଦେଇଛି । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ।ଯାହା ପରେ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ମହିଳାଙ୍କ ସହ ଏଭଳି କାଣ୍ଡ ଘଟାଇଲେ, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମହିଳାଙ୍କୁ ଗାଁରେ ଉଲଗ୍ନ କରି ବୁଲାଗଲା। କେହି ମୁହଁ ଖୋଲିନଥିଲେ। ଆଉ ଯେତେବେଳେ ଏହାର ଭିଡିଓ ଭାଇରାଲ ହେଲା, ରାଜସ୍ଥାନ ସରକାର ପ୍ରଶ୍ନଘେରକୁ ଆସିଛି । ସାରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏହାସହ ସେ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ଆଉ କହିଛନ୍ତି, ସଭ୍ୟ ସମାଜରେ ଏପରି ଅମାନବୀୟ ଅପରାଧର କୌଣସି ସ୍ଥାନ ନାହିଁ । ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ । ସେପଟେ ପୀଡ଼ିତାଙ୍କ ଧୈର୍ଯ୍ୟ ଓ ସାହସକୁ ମଧ୍ୟ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍ ।ସେପଟେ ଜାତୀୟ ମହିଳା କମିଶନ ଘଟଣାକୁ ନିନ୍ଦା କରିବା ସହ କମିଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ମହିଳା ଗର୍ଭବତୀ ଥିବା ସହ ମାନସିକ ସ୍ତରରେ ଆଘାତ ପାଇଥିବା ଡାକ୍ତର କହିଛନ୍ତି । ସେପଟେ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତ କହି ପୁଣିଥରେ ଗେହଲଟ ସରକାରଙ୍କୁ ଘେରିଛି ବିଜେପି । ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ସମେତ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ନାରାବାଜୀ କରିଛନ୍ତି ।ପୋଲିସ ପୀଡ଼ିତାଙ୍କ ସ୍ୱାମୀ ସମେତ ୧୧ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି