September 14, 2026

Now Odisha

Now Odisha

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

Spread the love

ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଭାବେ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁସାରେ, ବିମାନଟି ସକାଳ ୮:୨୫ରେ ଭୋପାଳରୁ ଉଡ଼ାଣ ଭରିବାର ଥିବା ବେଳେ ତାହା ୮:୪୭ରେ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସକାଳ ୯:୫୫ରେ ଦିଲ୍ଲୀରେ ପହଞ୍ଚିବାର ଥିଲା। ତେବେ ଆକାଶମାର୍ଗରେ ଥିବା ସମୟରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଇଞ୍ଜିନରେ ସମସ୍ୟା ଚିହ୍ନଟ ହେବା ପରେ ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ କରିଥିଲେ ଏବଂ ବିମାନଟିକୁ ଗନ୍ତବ୍ୟ ସ୍ଥଳ ଦିଲ୍ଲୀ ପରିବର୍ତ୍ତେ ନିକଟସ୍ଥ ଜୟପୁର ବିମାନବନ୍ଦରକୁ ଡାଇଭର୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏୟାରଲାଇନ୍ସର ଗ୍ରାଉଣ୍ଡ ଷ୍ଟାଫ ଏବଂ ଟେକ୍ନିକାଲ ଟିମ ବର୍ତ୍ତମାନ ବିମାନର ଯାନ୍ତ୍ରିକ ତ୍ରୁଟିର ଛାନଭିନ ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରୁଛନ୍ତି।

error: Content is protected !!