September 14, 2026

Now Odisha

Now Odisha

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

Spread the love

ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ ଛୁରିରେ କାଟି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା ଶୂଳିଆପଦା ଥାନା ଅନ୍ତର୍ଗତ ଗଉଡୁଣୀଡୁବା ଗ୍ରାମର କଟିଆ ନାୟକଙ୍କ ସ୍ତ୍ରୀ ସୁକାନ୍ତି(୪୫)।

ସୂଚନାନୁଯାୟୀ, ବାରିପଦା ଟାଉନ ଥାନା ବାଗଡିହା ଛକ ନିକଟରେ କଟିଆ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ବସି କଥାବାର୍ତ୍ତା ହେଉଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ କଟିଆ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଛୁରିରେ ସ୍ତ୍ରୀଙ୍କ ବେକକୁ କାଟି ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁକାନ୍ତି ପ୍ରାଣ ବିକଳରେ ଚିତ୍କାର କରି ସ୍ଥାନୀୟ ଲୋକଙ୍କ ନିକଟକୁ ଦୌଡ଼ି ଆସି ଜୀବନ ବଞ୍ଚାଇବାକୁ ନେହୁରା ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ତାଙ୍କ ବେକରେ ଚାଦର ବାନ୍ଧି ରକ୍ତସ୍ରାବ ରୋକିବା ସହ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

error: Content is protected !!