କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା


କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା; ଆସନ୍ତା ୨୯ରେ ରାୟ ଶୁଣାଇବେ ହାଇକୋର୍ଟ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଓସେପାର ମେଧା ତାଲିକା ହାଇକୋର୍ଟ ରଦ୍ଦ କରିଥିଲେ। ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାରେ ଏଯାବତ ପୂର୍ଣ୍ଣଛେଦ ପଡ଼ିନଥିବାବେଳେ ଆସନ୍ତା ୨୯ରେ ରାୟ ଶୁଣାଇବେ ହାଇକୋର୍ଟ।ଦୁଇ ପକ୍ଷ ସହ ଆଲୋଚନା ପରେ ଦିନ ଧାର୍ଯ୍ୟ କରାଯାଇଛି।ସୂଚନା ଅନୁସାରେ, ପୂର୍ବରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖାଯାଇଥିଲା। ହାଇକୋର୍ଟରେ ରାଜ୍ୟ ସରକାର ପୂର୍ବରୁ ଜବାବ ଦାଖଲ କରିଥିଲେ। ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି କରିଥିବା ଜଣାଇଥିଲେ। ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲେ।ଅନ୍ୟପଟେ, ନିଯୁକ୍ତିକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ଇଡିସିଆଇଏଲ୍ ସ୍ପଷ୍ଟୀକରଣ ରଖିଥିଲା। ଇଡିସିଆଇଏଲର ସ୍ପଷ୍ଟୀକରଣ ଅନୁସାରେ ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ ଇଡିସିଆଇଏଲର କୌଣସି ଭୂମିକା ନଥିବା ଜଣାପଡିଛି। ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଇଡିସିଆଇଏଲ୍ କହିଛି ଯେ, ଇଡିସିଆଇଏଲ୍ ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଅଗଷ୍ଟ ୨୨, ୨୦୨୩ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା(ସିବିଟି) ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା।ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା। ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା।ସିବିଟି ପରୀକ୍ଷା ପରେ ଇଡିସିଆଇଏଲ୍ ୨୨ଅଗଷ୍ଟ ୨୦୨୩ର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।କମ୍ବାଇନଡ୍ ଲିଷ୍ଟ ଓସେପାକୁ ୧୩ ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ ୧୫ ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ବି ପ୍ରଦାନ କରାଯାଇଥିଲା। ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ଇଡିସିଆଇଏଲ୍ ସ୍ପଷ୍ଟୀକରଣ ପ୍ରଦାନ କରିଛି। ଏହା ପରେ ଓସେପା ଏହାର ଜବାବ ରଖିଥିଲା।


error: Content is protected !!