ମହାନଦୀରେ ଅଛି ରତ୍ନପଥର


ମହାନଦୀରେ ଅଛି ରତ୍ନପଥର । ଏସବୁ ମୂଲ୍ୟବାନ ରତ୍ନପଥର ମହାନଦୀରରେ ରହିଥିବାର ପ୍ରମାଣ ମିଳିଛି । ନଦୀ ପାଖ ଅଞ୍ଚଳବାସୀ ପ୍ରତିଦିନ ଏଠାକୁ ଆସି ନଦୀରେ ଥିବା ବାଲିରୁ ଗୋଟି ଗୋଟି କରି ରତ୍ନପଥର ସାଉଣ୍ଟୁଛନ୍ତି । ରତ୍ନପଥର ମୂଲ୍ୟବାନ ସହ ଏହା ବହୁତ ଦୁର୍ଲଭ ହୋଇଥାଏ । ସହଜରେ ଏହା ମିଳିନଥାଏ । କୁହନ୍ତି ଭୂମିର ବହୁତ ତଳେ ଏହା ଗଛିତ ହୋଇ ରହିଛି । ଯାହାକୁ ସହଜରେ ଆଣିବା ସମ୍ଭବ ନୁହେଁ । ସେଇଥିପାଇଁ ତ ଏହି ପଥର ସବୁ ଦାମୀକିଆ ହୋଇଥାଏ । କିନ୍ତୁ ହୀରା ସୁନା ଭଳି ଅନେକ ଏସବୁକୁ ପିନ୍ଧିବାକୁ ଭଲ ପାଆନ୍ତି।ପ୍ରକୃତିର ଏସବୁ ଦୁର୍ଲଭ ଜିନିଷ ମହାନଦୀରେ ଦେଖି ଆପଣ କଣ କହିବେ।ଏମିତିରେ ସମସ୍ତେ ଜାଣନ୍ତି ସବୁଠୁ ମୂଲ୍ୟବାନ ପଥର ହେଉଛି ହୀରା । ଯାହାକି ଗରିବକୁବି କୋଟିପତି କରିଦିଏ । ଆଉ ଏସବୁ ପଥର ଆପଣ ଏବେ ମହାନଦୀ ପଠାରେ ଦେଖିବାକୁ ପାଇବେ । ବୌଦ୍ଧ ଜିଲ୍ଲlରେ ଥିବା ଚିରସ୍ରୋତା ମହାନଦୀ ରେ ଆପଣ ଏ ଦୃଶ୍ୟ ଦେଖିବାକୁ ପାଇବେ । ସୂଚନା ଅନୁସାରେ ଏହି ନଦୀ ଭିତରେ ରହିଛି ଅନେକ ମୂଲ୍ୟବାନ ହୀରା ଓ ରତ୍ନ ପଥର । ଆଉ ଲୋକମାନେ ମହାନଦୀର ଶୁଖିଲା ଅବବାହିକାରେ ମୂଲ୍ୟବାନ ହୀରା ଓ ରତ୍ନ ପଥରକୁ ଏକାଠି କରୁଥିବାର ଆପଣ ଦେଖୁଇବେ । ଏହି ବହୁମୁଲ୍ୟ ହୀରାର ଦିନ ରାତି ସେଠି ସନ୍ଧାନ ଚାଲିଛି । ମହାନଦୀରେ ପାଣି କମିଯିବା ପରେ ଦିନ ରାତି ଏକ କରି ଏହି ହୀରା ଖୋଜୁଛନ୍ତି ଲୋକେ । ଖାଲି ସେତିକି ନୁହେଁ , କିଛି ସ୍ଥାନୀୟ ଦଲାଲ ଜରିଆରେ ବାହାର ରାଜ୍ୟ ରାଜସ୍ଥାନ,ମେରଠ ,ସୁରାଟକୁ ଚାଲାନ ହେଉଛି ଏହି ରତ୍ନ ପଥର ।ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ମନମୁଣ୍ଡାଠାରୁ ମାରଡ଼ା ପର୍ଯ୍ୟନ୍ତ ଚାଲଛି ଏହି ରତ୍ନ ପଥର ସନ୍ଧାନ । ମହାନଦୀର ଯୁଆଡେ ଗଲେ ଆପଣ ଏମିତି ଦୃଶ୍ୟ ଦେଖିବାକୁ ପାଇବେ । ଶହ ଶହ ଲୋକ ନଦୀ ଭିତର କୁଡିଆ ଘର କରି ଏହି ପରି ଭାବରେ ବର୍ଷ ବର୍ଷ ଧରି ଖୋଜି ଚାଲିଛନ୍ତି ମୂଲ୍ୟବାନ ରତ୍ନ ପଥର । ଏବେ ମହାନଦୀରେ ପାଣି କମ ଆସୁଥିବାରୁ ରତ୍ନ ପଥର ଖୋଜିବାରେ ଲୋକଙ୍କୁ ସହଜ ହେଉଛି ।ବୌଦ୍ଧ ଜିଲ୍ଲା କୁ ଲାଗି ମନମୁଣ୍ଡା ଠାରୁ ମାରଡା ପଯ୍ୟନ୍ତ ପ୍ରାୟ ୧୦୦କିମିରୁ ଉର୍ଦ୍ଧ ବାଟଦେଇ ମହାନଦୀ ପ୍ରବାହିତ ହେଉଛି । ମୁଖ୍ୟତଃ ବର୍ଷା ଦିନ ପରେ ମହାନଦୀର ପାଣି ସୁଖୀ ଯାଇଥାଏ । ଆଉ ପାଣି ଶୁଖିଲା ପରେ ମହାନଦୀ ଗର୍ଭରେ ଥିବା ବାଲି ରୁ ଆରମ୍ଭ ହୁଏ ରତ୍ନପଥର ର ସନ୍ଧାନ । ସକାଳ ହେଲେ ସାଙ୍ଗରେ କୋଡ଼ି ଝୁଡ଼ି ଚାଲୁଣି ପମ୍ପ ଧରି ନଦୀ ମୁହାଁ ହେଉଛନ୍ତି ଲୋକେ । ଜିଲ୍ଲାର ଶୁଖିଲା ମହାନଦୀ ଅବବାହିକାରେ ଯୁଆଡେ ଚାହିଁବେ ଏଇ ଭଳି କିଛି ଦୃଶ୍ୟ ଆପଣଙ୍କ ସାମ୍ନା କୁ ଆସିବ ।ଖାଲି ଏତିକି ନୁହେଁ ଯଦି ଆପଣ ତାଙ୍କ ନିକଟ କୁ ଯାଇ ପ୍ରଶ୍ନ ପଚାରିବା ପାଇଁ ଚେଷ୍ଟା କରିବେ । ତାହାଲେ ଏହାର ଜବାବ ଆପଣଙ୍କୁ ସହଜରେ ମିଳିବ ନାହିଁ । ମୁହଁ ଲୁଚାଇ ଦୌଡ଼ି ପଳାଇବେ ନଚେତ ତାଙ୍କ କ୍ରୋଧର ଆପଣ ଶିକାର ହେବେ । ନଦୀରେ ଖୋଜିବାରେ ଲାଗିଥିବା ବ୍ୟକ୍ତିମାନେ କ୍ୟାମେରା ଆଗରେ କୌଣସି କଥା କହି ନଥିବା ବେଳେ କ୍ୟାମେରା ପଛରେ ଜଣେ ବ୍ୟକ୍ତି ନିଜ ପରିଚୟ ଗୋପନ ରଖି ୫ବର୍ଷ ତଳେ ଏକ ହୀରା ପାଇଥିଲେ ବୋଲି କହିଥିଲେ ।ହୀରା ପାଇବା କଥା ରତ୍ନପଥର ଦଲାଲ ଜାଣିବା ପରେ ତାଙ୍କ ଠାରୁ ମାତ୍ର ୧୦ହଜାର ଟଙ୍କା ଦେଇ ନେବା ପରେ ଏହାକୁ ୨କୋଟି ଟଙ୍କା ରେ ବିକିଥିବା କଥା କହିଥିଲେ । ଏଇ କାହାଣୀ ଖାଲି ଜଣେ ବ୍ୟକ୍ତିଙ୍କ ର ନୁହେଁ ସହ ସ୍ଥାନୀୟ ଲୋକ ଏଭଳି ନଦୀ ପଠାରେ ବର୍ଷ ବର୍ଷ ଧରି ରତ୍ନପଥର ଖୋଜୁଛନ୍ତି । ଅନେକ ରତ୍ନପଥର ପାଇ ଏହାକୁ ବିକ୍ରି କରି କୋଟିପତି ହୋଇଯାଇଥିବା ବେଳେ ଅନେକ ମଧ୍ୟ ଦଲାଲ ହାବୁଡରେ ପଡି ଠକେଇର ଶିକାର ମଧ୍ୟ ହୋଇଛନ୍ତି । କୋଟିପତି ହୋଇଥିବା ଲୋକ ପରେ ପୁଣି ଟଙ୍କା ଦେଇ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଲଗାଇ ହୀରା ଓ ରତ୍ନପଥର ଖୋଜୁଛନ୍ତି ।ବୁଦ୍ଧିଜୀବୀ ଙ୍କ ସୂଚନା ଅନୁସାରେ ୧୯୮୨ ମସିହାରେ ମହାନଦୀ ରେ ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ବୋୖଦ୍ଧ ମହାନଦୀ ପଠାରେ ଏଭଳି ରତ୍ନ ପଥର ଓ ହୀରା ର ସଂଧାନ ମିଳିଲା । ସେବେଠାରୁ ଆଜି ପଯ୍ୟନ୍ତ ପ୍ରାୟ ୪୦ବର୍ଷ ହେଲାଣି ମହାନଦୀ ରୁ ହୀରା ଓ ରତ୍ନପଥର ର ସନ୍ଧାନ ଚାଲିଛି । ବୌଦ୍ଧ ର ମହାନଦୀ ପଠାରେ ହୀରା ସମେତ ଅନ୍ୟ ୬ପ୍ରକାର ରତ୍ନପଥର ବି ମିଳିଥାଏ । ଯଥା ନିଳା, ମାଣିକ,ବୈଦୁଯ୍ୟ, ପାନା,ପିଖୋରାଜ ଓ ଟୋପିଆଜ ଭଳି ରତ୍ନପଥର ଏଠାରେ ମିଳିଥାଏ । ଏହି ସବୁ ମୂଲ୍ୟବାନ ରତ୍ନପଥର ସ୍ଥାନୀୟ ନିରୀହ ଲୋକଙ୍କୁ ଲଗାଇ ବେଆଇନ ଭାବେ ନଦୀବାଲି ଖୋଳି ଗୋଟାଇବା ରେ ଲାଗିଛନ୍ତି ରତ୍ନପଥର ମାଫିଆ । ଏହା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ନଦୀ ରୁ ମିଳୁଥିବା ରତ୍ନପଥର ଓ ହୀରା ବ୍ୟବସାୟ କୁ ନିୟନ୍ତ୍ରଣ କରୁଛନ୍ତି ବଡ ବଡ ମାଫିଆମାନେ । ଆଉ ବୌଦ୍ଧରେ ପହଞ୍ଚି ଯାନ୍ତି ଦେଶ ତାହା ଦେଶ ବାହାରର ବଡ଼ବଡ଼ ହୀରା ରତ୍ନପଥର ବେପାରୀ । ଖୁଲମଖୁଲା ବେଧଡ଼କ ଭାବେ ଚାଲେ ଏହି କାରବାର । କିନ୍ତୁ ଏହି ରତ୍ନ ବୌଦ୍ଧ କିମ୍ବା ଓଡ଼ିଶାର କୌଣସି ସ୍ୱାର୍ଥ ସାଧନ କରେ ନାହିଁ । କେବଳ ଦଲାଲ ଓ ବ୍ୟବସାୟୀ ମଲେମାଲ ହୁଅନ୍ତି । କିଛି ବ୍ୟବସାଇ ବର୍ଷ ବର୍ଷ ଧରି ପରିଶ୍ରମ କରି ରତ୍ନପଥର ସନ୍ଧାନ କରୁଥିଲେ ସୁଦ୍ଧା ନିରାଶ ହୋଇ ଘରକୁ ଫେରିଛନ୍ତି ।ଚୋରା ରତ୍ନ ପଥର ବ୍ୟାପାର ବାହାର ରାଜ୍ୟ କୁ ଚେର ଲମ୍ବିଥିଲେ ବି ମାଫିଆ ମାନେ ଧରା ପଡୁନାହାନ୍ତି ।କିଛି ସ୍ଥାନୀୟ ଲୋକଙ୍କୁ ଏହି ରତ୍ନ ପଥର ଖୋଜିବା ପାଇଁ ନିୟୋଜିତ କରିଥାନ୍ତି ମାଫିଆ ମାନେ । ତାଙ୍କ ଠାରୁ ଶାଗ ମାଛ ଦରରେ କିଣି ନେଇଥାନ୍ତି ବେପାରୀମାନେ । ଏହି ବେଆଇନ ରତ୍ନପଥର ବ୍ୟବସାୟରେ ପ୍ରଶାସନ ଆଙ୍କୁଶ ନ ଥିବାରୁ ଖୋଲା ଖୋଲି ଭାବରେ ଦିନକୁ ଦିନ ବଢିଚାଲି ଅନ୍ୟପଟେ ଲୋକଙ୍କୁ ସଚେତନ କରିବା ସହ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ଚଢ଼ାଉ କରାଯିବ ବୋଲି ବୌଦ୍ଧ ଉପଜିଲ୍ଲାପାଳ କହିଛନ୍ତି ।


error: Content is protected !!