ଭୁବନେଶ୍ୱର,ତା.୨୭/୦୯: ପ୍ରଧାନମନ୍ତ୍ରୀ ଭାବେ ଦେଶର ଯେକୈାଣସି ରାଜ୍ୟକୁ ଯେତେବେଳେ ବି ଯାଇପାରିବେ । ଏଥି ପାଇଁ କାହାର ଅନୁମତି ନେବା ଆବଶ୍ୟକ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ପ୍ରଶ୍ନ ପଚାରି କଂଗ୍ରେସ ଦଳ ଆଜି ର୍ନିବୋଧତାର ପରିଚୟ ଦେଇଛି । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ଗାଳି ଦେବା, କଟାକ୍ଷ କରିବା, ନିଚା ଦେଖାଇବା କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ଅଭ୍ୟାସରେ ପରିଣତ ହୋଇସାରିଛି । ଆଜି ଓଡିଶା ଗସ୍ତରେ ଆସିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିମ୍ନ ସ୍ତରର ବକ୍ତବ୍ୟ ଦେଇ କଂଗ୍ରେସ ନିଜ ଚିରାଚରିତ କୁଅଭ୍ୟାସକୁ ଦୋହରାଇଛି । କଥାରେ ଅଛି, “କୋଇଲାକୁ ଯେତେ ଥର ଧୋଇଲେ ବି ରଙ୍ଗ ବଦଳିବ ନାହିଁ” । ସମାନ ଭାବେ ଯେତେ ପରାମର୍ଶ ଦେଲେ ବି କଂଗ୍ରେସ ଦଳର ଚରିତ୍ର ଓ ସ୍ୱାଭବ ବଦଳିବ ନାହିଁ । କଂଗ୍ରେସ ଭଳି ରାଷ୍ଟ୍ରୀୟ ଦଳର ନେତାମାନେ ଜଣେ ମହିଳା ସାଂସଦଙ୍କ ଚରିତ୍ର ସଂହାର କରି ବକ୍ତବ୍ୟ ଦେବା ସଭ୍ୟ ସମାଜରେ ଆଦୈା ଗ୍ରହଣୀୟ ନୁହେଁ । ଶାଳିନତା ଉଲ୍ଲଂଘନ କରି ଅସଭ୍ୟ ଟିପ୍ପଣୀ ଦେବା କଂଗ୍ରେସର ଚିରାଚରିତ ସ୍ୱଭାବ । କଂଗ୍ରେସ ମୁଖପାତ୍ରଙ୍କ ଆଜିର ବକ୍ତବ୍ୟ ନିଜର ବ୍ୟକ୍ତିଗତ ନା ଦଳୀୟ, ତାହା ସ୍ପଷ୍ଟ କରିବା ଉଚିତ୍ । ଆଜିର ଏଭଳି ହୀନ ବକ୍ତବ୍ୟ ପାଇଁ ଓଡିଶା ତଥା ଭାରତବାସୀ ଆଦୈା କ୍ଷମା ଦେବେ ନାହିଁ । ଏଭଳି ଅସଭ୍ୟ ଓ ଆଶାଳୀନ ଆଚରଣ ଓ ଉଚାରଣରୁ କଂଗ୍ରେସ ଦଳ ନିବୃତ ରହିବା ଉଚିତ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଡା.ବିଶ୍ୱାଳ ସୁଚନା ଦେଇ କହିଛନ୍ତି ଯେ, ନିକଟ ଅତୀତରେ କଂଗ୍ରେସ ଦଳର କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଅଭଦ୍ର ଗାଳିର ବ୍ୟବହାର କରିଥିଲେ । ଯାହାକୁ ଦେଶବାସୀ ତୀବ୍ର ବିରୋଧ କରିବା ସହ ସମାଲୋଚନା କରିଥିଲେ । ତଥାପି କଂଗ୍ରେସ ଦଳର ନେତାମାନେ ସୁଧୁରିଲେ ନାହିଁ ।
ଦଶନ୍ଧି ଦଶନ୍ଧି ଧରି ଓଡିଶାର ବିକାଶକୁ ଠପ୍ କରିଦେଇଥିବା କଂଗ୍ରେସ ଦଳର ନେତାମାନେ ବର୍ତମାନ ଓଡିଶାରେ ଥିବା ଡବଲ ଇଂଜିନ ସରକାରର ବିକାଶମୁଳକ କାର୍ଯ୍ୟକୁ ସହ୍ୟ କରିପାରୁନାହିଁ । ବିକାଶକୁ ପ୍ରାଧାନ୍ୟ ଦେଇ ସମସ୍ତ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବ ସରକାର ତୁଳନାରେ ଓଡିଶାକୁ ବର୍ତମାନ କେନ୍ଦ୍ର ସରକାର ବିପୁଳ ଅର୍ଥ ପ୍ରଦାନ କରୁଛନ୍ତି । ଶିଳ୍ପ ସହିତ ଅନେକ ଯୁଗାନ୍ତକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହେଉଛି । ଜିଡିପି ବଢୁଛି, ଅର୍ଥନୀତି ସୁଦୃଢ ହେଉଛି । ଓଡିଶା ଆଜି ବିକାଶର ଧାରାରେ ସାମିଲ ହୋଇଛି । ଯାହା, କଂଗ୍ରେସ ଦଳ ହଜମ କରିପାରୁନାହିଁ । କଂଗ୍ରେସ ଦଳର ଈଷ୍ୱର୍ାପରାୟଣ ଆଭିମୁଖ୍ୟ ଚରମ ସୀମାରେ ପଂହଚିଛି । ବାସ୍ତବରେ ଓଡିଶାର ବିକାଶକୁ ସହଜରେ ଗ୍ରହଣ କରିପାରୁନାହିଁ । ଶେଷରେ ଅଭଦ୍ର ଆଚରଣ ଓ ଉଚ୍ଚାରଣକୁ ଅସ୍ତ୍ର କରିଛି କଂଗ୍ରେସ ଦଳ ଏବଂ ଏହା ଜାରୀ ରହିଲେ କଂଗ୍ରେସ ଦଳର ଅସ୍ତିତ୍ୱ ରହିବ ନାହିଁ । କୌାଣସି ବିବୃତି ଦେବା ପୂର୍ବରୁ କଂଗ୍ରେସ ମୁଖପାତ୍ର ନିଜ ଚେହେରା ଦେଖିବା ଉଚିତ ବୋଲି ଡା.ବିଶ୍ୱାଳ କହିଛନ୍ତି ।
ସବୁ ରାଜ୍ୟକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଗସ୍ତ କରୁଛନ୍ତି, ଓଡିଶା ଆସିବା ମଧ୍ୟ ସ୍ୱାଭାବିକ । ସାମୁହିକ ଓ ସନ୍ତୁଳିତ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଥିବା ମୋଦି ସରକାର ସବୁବେଳେ ଭିତିଭୁମି ବିକାଶ, ସୁଦୃଢ ଗମନାଗମନକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଗତ ୧୧ ବର୍ଷ ଶାସନରେ ଦେଶରେ ସଡକ, ରେଳ, ଜଳପଥର ଦୃତଗତିରେ ବିକାଶ ହୋଇଛି । ଆଜି ଓଡିଶା ଆଗମନ ଅବସରରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁରରୁ ସୁରଟକୁ ନୂତନ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି, ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ । । ଏହା ଦ୍ୱାରା ସୁଦୁର ସୁରଟରେ ବସବାସ କରୁଥିବା ଦକ୍ଷିଣ ଓଡିଶାବାସୀଙ୍କ ଯାତାୟତରେ ସୁବିଧା ହେବ । ଦୁଇ ରାଜ୍ୟ ମଧ୍ୟରେ ଯାତାୟତ ସୁଦୃଢ ହେବ । ଏଭଳି ସ୍ଥିତିରେ କଂଗ୍ରେସର ବୟାନବାଜୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ନିନ୍ଦନୀୟ ଏବଂ ଅସୁୟ୍ୟା ମନୋଭାବର ସ୍ପଷ୍ଟ ପ୍ରମାଣ ବୋଲି ଡା.ବିଶ୍ୱାଳ କହିଛନ୍ତି ।
(ବିଜେପି ମିଡିଆ ସେଲ୍)

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…