— ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ କେରନ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା। ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଯବାନମାନେ ଗୁଳି ଚଳାଇଥିଲେ। ଫଳରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।
କେରନ ସେକ୍ଟର ଦେଇ ଆତଙ୍କୀମାନେ ଅନୁପ୍ରବେଶ କରିବା ନେଇ ସେନାକୁ ଗୁପ୍ତ ସୂଚନା ମିଳିଥିଲା। ବିଏସଏଫ ପକ୍ଷରୁ ମଧ୍ୟ ଏ ନେଇ ସୂଚନା ହସ୍ତଗତ ହୋଇଥିଲା। ଆତଙ୍କୀମାନେ ଅନୁପ୍ରବେଶ ପାଇଁ ଲଞ୍ଚପ୍ୟାଡରେ ଠୁଳ ହୋଇଥିଲେ। ଏହା ପରେ ରବିବାର ଭୋର ପ୍ରାୟ ୪ଟା ସମୟରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଯବାନଙ୍କ ଗୁଳିରେ ୨ ଆତଙ୍କ ନିହତ ହୋଇଥିଲେ। ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…