September 25, 2026

Now Odisha

Now Odisha

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

Spread the love

ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ଧୀରେଶ୍ୱର ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ଏସ୍‌ ସୋହନ ରେଡ୍ଡୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଦୃଢ଼ ମନୋବଳ, ନିରନ୍ତର ଅଭ୍ୟାସ ଏବଂ କଠିନ ପରିଶ୍ରମ ବଳରେ ସେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପରିବାର, ପ୍ରଶିକ୍ଷକ, ପ୍ରଧାନ ଶିକ୍ଷକ ରାଜ କିଶୋର ପାଣିଗ୍ରାହୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ପରିବେଶ ସୃଷ୍ଟି କରିଛି। ତାଙ୍କର ଏହି ସଫଳତା ଅନ୍ୟ କ୍ରୀଡ଼ାବିତ୍‌ ପାଇଁ ପ୍ରେରଣା ଯୋଗାଇଛି। ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

error: Content is protected !!