September 25, 2026

Now Odisha

Now Odisha

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ |

Spread the love

ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ୬ ଜିଲାରେ ଆଉ ଗୋଟିଏ ଦିନ ଛୁଟି ବୃଦ୍ଧି କରାଯାଇଛି। ଶୁକ୍ରବାର ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ରାୟଗଡା ଜିଲାରେ ସ୍କୁଲ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ବର୍ଷା ପାଇଁ ବାରମ୍ବାର ସ୍କୁଲ ଛୁଟି ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଛି। ତେବେ ଏନେଇ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଜିଲାର ଜିଲାପାଳମାନେ ପୂର୍ବରୁ ଦୁଇରୁ ତିନିଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରିସାରିଛନ୍ତି। ଯଦି ପାଣିପାଗରେ ସୁଧାର ନ ଆସେ ତେବେ ସ୍କୁଲ ବନ୍ଦ ଅବଧି ଆହୁରି ବୃଦ୍ଧି କରାଯିବ। ଲଗାଣ ବର୍ଷା ଯୋଗୁ ବାରମ୍ବାର ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ପ୍ରଭାବିତ ହୋଇଛି। ତଥାପି ଏହି ଶିକ୍ଷାଗତ କ୍ଷତି ଭରଣା କରିବା ପାଇଁ ଆବଶ୍ୟକ ହେଲେ ଅତିରିକ୍ତ କ୍ଲାସ କରାଯିବ। ପିଲାଙ୍କ ପାଠପଢ଼ାରେ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଅଧିକ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

error: Content is protected !!