September 26, 2026

Now Odisha

Now Odisha

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

Spread the love

ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର ପଞ୍ଚାୟତଗୁଡ଼ିକରେ କାର୍ଯ୍ୟରତ ପାଖାପାଖି ୨୩୦ ଜଣ ଯୋଗାଣ ସହାୟକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ନିଜର ନ୍ୟାଯ୍ୟ ଦାବି ସରକାରଙ୍କ ସମ୍ମୁଖରେ ରଖିଛନ୍ତି। ଯୋଗାଣ ସହାୟକଙ୍କ ମୁଖ୍ୟ ଦାବି ହେଉଛି ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରାଯାଉ, କାରଣ ବର୍ତ୍ତମାନ ମିଳୁଥିବା ମାତ୍ର ୮,୦୦୦ ଟଙ୍କା ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରିଠାରୁ ମଧ୍ୟ ବହୁତ କମ୍‌। ନିଜ ଆବାସିକ କାର୍ଯ୍ୟାଳୟରେ ବଲାଙ୍ଗିରର ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ଦାବି ଶୁଣିବା ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ନରସିଂହ କହିଛନ୍ତି ଯେ, ସରକାର ଚାକିରି ପ୍ରଦାନ କ୍ଷେତ୍ରରେ ଜନମଙ୍ଗଳକାରୀ ପଦକ୍ଷେପ ନେବା ପରିବର୍ତ୍ତେ ଏପରି କମ୍ ପାରିଶ୍ରମିକ ଦେଇ ଲୋକଙ୍କ ଜୀବନ ଜିଇଁବାର ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି। ମାତ୍ର ୮ ହଜାର ଟଙ୍କାରେ ଜଣେ ଯୋଗାଣ ସହାୟକ ନିଜ ପରିବାର ଚଳାଇବା ଅସମ୍ଭବ। ତେଣୁ ସରକାର ଯଥାଶୀଘ୍ର ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସହ ଆଲୋଚନା କରି ତାଙ୍କ ଦାବିଗୁଡ଼ିକୁ ପୂରଣ କରିବାକୁ ସେ ଦାବି କରିଛନ୍ତି।

ଜିଲା ଯୋଗାଣ ସହାୟକ ସଂଘର ସଭାପତି ଅମୁଲ୍ୟ ବାରିକଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ସହ ଆଲୋଚନା କରିବା ପରେ ନରସିଂହ ଟେଲିଫୋନ୍ ଯୋଗେ ଜିଲା ଯୋଗାଣ ଅଧିକାରୀ ଓ ବଲାଙ୍ଗୀର ଜିଲାପାଳଙ୍କ ସହ କଥା ହୋଇଥିଲେ। ଏହି ସମସ୍ୟା ସାରା ରାଜ୍ୟରେ ଦେଖାଦେଇଥିବାରୁ ଶ୍ରୀ ମିଶ୍ର ସିଧାସଳଖ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ଫୋନ୍‌ରେ ଆଲୋଚନା କରିଥିଲେ। ଏହି ଆଲୋଚନା ସକରାତ୍ମକ ରହିଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ସମ୍ଭାବ୍ୟ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଶ୍ୱାସନା ଦେଇଥିବା ନରସିଂହ ପ୍ରକାଶ କରିଛନ୍ତି।

error: Content is protected !!