ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ ପ୍ରଧାନ(୬୭)। ତାଙ୍କ ଘର ଦଅଁଳା ଭୂୟାଁ ସାହିରେ ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ଗନ୍ଧମାର୍ଦ୍ଦନ ଲୁହାଖଣି ଜଙ୍ଗଲରେ ଦଅଁଳା ଭୂୟାଁ ସାହିର ୫ଜଣ ଲୋକ କାଠ ଆଣିବାକୁ ଯାଇଥିଲେ । ସେତିକିବେଳେ ଜଙ୍ଗଲ ଭିତରେ ଥିବା ୭ଟିକିଆ ହାତୀ ମଧ୍ୟରୁ ଏକ ମାଈ ହାତୀ ହଠାତ୍ ଚାଲିଆସି ସେମାନଙ୍କୁ ଆକ୍ରମଣ କରିଥିଲା। ୪ଜଣ ସେଠାରୁ ଦୌଡି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ସୁବନ ହାତୀ ହାବୁଡରେ ପଡିଯାଇଥିଲେ।
ମାଈ ହାତୀ ସୁବନଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେବାକୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ, ଶୁଆକାଟୀ ବନପାଳ ମଳୟ ଜେନା, ଶୁଆକାଟୀ ବିଟ ବନରକ୍ଷୀ ଚନ୍ଦ୍ରକାନ୍ତ ମହାନ୍ତ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି।

More Stories
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ
କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର