September 26, 2026

Now Odisha

Now Odisha

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

Spread the love

ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ହିତାଧିକାରୀ ରହିଛନ୍ତି । ଏମାନେ ସମସ୍ତେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାର ହିତାଧିକାରୀ। ଗତ ୪ ମାସ ହେବ କିଛି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ। ବିଭିନ୍ନ ବୈଷୟିକ ତ୍ରୁଟି କାରଣ ସାଜିଛି, ସରକାର ଅବଗତ ଅଛନ୍ତି।ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଟ୍ରେଜେରୀ ସହଯୋଗରେ ପଦକ୍ଷେପ ଗ୍ରହଣ କରାଯିବ। ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ ପ୍ରକ୍ରିୟା ଜାରି ରହିଛି।

error: Content is protected !!