ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍ର ବିଶାଳ ଲକ୍ଷ୍ୟ ପିଛା କରୁଥିବା ବେଳେ ରୋହିତ ମାତ୍ର ୭୨ଟି ବଲ୍ରେ ଶତକ ପୂରଣ କରିଛନ୍ତି।
ଶତକ ପୂରଣ କରିବା ପରେ ରୋହିତଙ୍କ ଅନନ୍ୟ ସେଲିବ୍ରେସନ୍ ମଧ୍ୟ ଚର୍ଚ୍ଚାରେ ରହିଛି । ସାଧାରଣତଃ ଶାନ୍ତ ଭାବରେ ଶତକ ପାଳନ କରୁଥିବା ରୋହିତ ଏଥର ମଇଦାନରେ ନାଚି ନିଜ ଖୁସି ପ୍ରକାଶ କରିଥିଲେ। ତାଙ୍କ ଏହି ନୃତ୍ୟ ସେଲିବ୍ରେସନ୍ ଦେଖି ଷ୍ଟାଡିୟମରେ ଥିବା ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ହୋଇଥିଲେ। ଏହି ଶତକ ସହ ରୋହିତ ଭାରତୀୟ କ୍ରିକେଟ୍ର ଏକ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୩୯ ବର୍ଷ ୧୫୩ ଦିନ ବୟସରେ ଭାରତୀୟ ମାଟିରେ ଦିନିକିଆ ଶତକ ହାସଲ କରି ସେ ସବୁଠାରୁ ବୟସ୍କ ଭାରତୀୟ ବ୍ୟାଟର ହୋଇଛନ୍ତି।
ଏହା ପୂର୍ବରୁ ଏହି ରେକର୍ଡ ସୁନୀଲ ଗାଭାସ୍କରଙ୍କ ନାଁରେ ଥିଲା। ଗାଭାସ୍କର ୧୯୮୭ରେ ୩୮ ବର୍ଷ ୧୧୩ ଦିନ ବୟସରେ ଭାରତୀୟ ମାଟିରେ ଦିନିକିଆ ଶତକ କରିଥିଲେ। ଏହି ଶତକ ପରେ ରୋହିତଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ଶତକ ସଂଖ୍ୟା ୫୨ରେ ପହଞ୍ଚିଛି। ବିଶ୍ୱ କ୍ରିକେଟ୍ରେ ସର୍ବାଧିକ ଅନ୍ତର୍ଜାତୀୟ ଶତକ କରିଥିବା ବ୍ୟାଟରଙ୍କ ତାଲିକାରେ ସେ ବ୍ରାୟନ୍ ଲାରାଙ୍କ ୫୩ ଶତକ ଓ ମହେଲା ଜୟବର୍ଦ୍ଧନେଙ୍କ ୫୪ ଶତକର ନିକଟରେ ପହଞ୍ଚିଛନ୍ତି ।

More Stories
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ