October 4, 2026

Now Odisha

Now Odisha

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

Spread the love

ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ଏକ ଦନ୍ତାହାତୀ ଗାଁ ଗାଁ ବୁଲୁଥିବା ବେଳେ ଲୋକଙ୍କ ସହ ତାର ଏକ ଅଦ୍ଭୁତ ଆତ୍ମୀୟତା ଗଢ଼ି ଉଠିଛି। ହାତୀକୁ ଦେଖି ଲୋକେ ଭୟଭୀତ ହେବା ପରିବର୍ତ୍ତେ ଶ୍ରଦ୍ଧାରେ ଖାଦ୍ୟପେୟ ଖୁଆଉଛନ୍ତି ଏବଂ ହାତୀଟି ମଧ୍ୟ ଶାନ୍ତ ସ୍ବଭାବରେ ଯିଏ ଯାହା ଦେଉଛି ତାହା ଖୁସିରେ ଖାଇ ଆଗକୁ ବଢ଼ୁଛି।

ପ୍ରାୟ ୬ ମାସ ତଳେ ଏହି ଦନ୍ତାହାତୀଟି ଦେବଗଡ଼ ଜିଲା ବାରକୋଟ ଜଙ୍ଗଲରୁ ରାସ୍ତା ଦେଇ ଚାଲି ଚାଲି ଏହି ଅଞ୍ଚଳକୁ ଆସିଥିଲା। ବର୍ତ୍ତମାନ ଏହା ସିରିଡ ପଞ୍ଚାୟତ ତଥା ଏହାର ଆଖପାଖ ଗାଁଗୁଡ଼ିକରେ ଘର ଘର ବୁଲୁଛି। ଗ୍ରାମବାସୀଙ୍କ ସହ ଏଭଳି ମିଳିମିଶି ରହିବା ଯୋଗୁ ହାତୀଟି ଆଉ ଜଙ୍ଗଲକୁ ଫେରିବାକୁ ଆଦୌ ଇଚ୍ଛା ନ ଥିବା ଜମନକିରା ବନ ବିଭାଗ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ, ଉଭୟ ଗ୍ରାମବାସୀ ଏବଂ ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ କର୍ମଚାରୀମାନେ ସତର୍କ ରହିଛନ୍ତି। ବଣୁଆ ହାତୀର ଏଭଳି ଶାନ୍ତ ଓ ଘରୋଇ ଆଚରଣ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

error: Content is protected !!