October 5, 2026

Now Odisha

Now Odisha

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି ୫ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ୧୨,୩୯୦ ଟଙ୍କା, ତାସ କାର୍ଡ ଜବତ କରିଛି। ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକ ମାମଲା(ନଂ.୪୨୩/୨୬) ହୋଇଥିବା ଆଇଆଇସି କିଶୋର କୁମାର ସାମଲ ପ୍ରକାଶ କରିଛନ୍ତି।

ଗାଁରେ ରବିବାର ସାରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏନେଇ ଏଏସ୍‌ଆଇ କହ୍ନେଇ ମିର୍ଦ୍ଧାଙ୍କ ସହ ପୋଲିସ ଟିମ୍‌ ଗାଁରେ ଚଢାଉ କରି ୫ଜଣ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଥିଲା। ହେଲେ ଅନ୍ଧାର ରାତିର ସୁଯୋଗ ନେଇ କିଛି ଜୁଆଡି କୌଶଳ କ୍ରମେ ଖସି ପଳାଇଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କୁ ଗିରଫ ପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା -୩୫(୩) ନୋଟିସ ଦେଇ କୋର୍ଟରେ ଉପସ୍ଥିତ ରହିବାକୁ ସର୍ତ୍ତ ମୂଳକ ଜାମିନରେ ଛଡାଯାଇଥିବା ଜଣାପଡିଛି।

error: Content is protected !!