ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ ବାପା ବୋତ୍ସ୍ବାନାରୁ ଅଣାଯାଇଥିବା ପୁରୁଷ ଚିତା ହୋଇଥିବାରୁ ଏହା ବୋତ୍ସ୍ବାନା ସଂଯୋଗ ଥିବା ଭାରତରେ ଜନ୍ମିତ ପ୍ରଥମ ପ୍ରତିନିଧି ବୋଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏହାକୁ ମିଶାଇ ଭାରତରେ ଚିତା ସଂଖ୍ୟା ୬୦ରେ ପହଞ୍ଚତ୍ଛି, ଯେଉଁଥିରୁ ୪୧ଟି ଭାରତରେ ଜନ୍ମ ହୋଇଥିବା ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେଜେପି୨୧ ନାମକ ୩୨ ମାସର ମାଈ ଚିତା ଶାବକ ଜନ୍ମ ଦେଇଛି। ଭାରତରେ ଜନ୍ମିତ ମାଈ ଚିତା ଶାବକ ଜନ୍ମଦେବାରେ ଏହା ତୃତୀୟ ଘଟଣା। ପୂର୍ବରୁ ଭାରତ ଜନ୍ମିତ ମୁଖି ଏବଂ କେଜିପି୧୨ କୁନୋ ନ୍ୟାଶନାଲ ପାର୍କରେ ଶାବକ ଜନ୍ମ ଦେଇଥିଲେ।

More Stories
ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ
ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି
ପରୀକ୍ଷାଗାରରୁ ବାହାରିଲା ‘କରୋନା ଭାଇରସ’ର ଭାଇ, ରୁଷିଆରେ ୱୁହାନ ଭଳି ଘଟଣାର ପୁନରାବୃତ୍ତି!