—ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନରଙ୍କ ସୂଚନା ଦେଇ କହିଛନ୍ତି ଏଥର ଟ୍ୱିନସିଟିରେ ୬୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସ କର୍ମଚାରୀଙ୍କ ସହିତ ୨୦ପ୍ଲାଟୁନ୍ ହୋମଗାର୍ଡ ମୁତୟନ ହୋଇଛନ୍ତି । ମୋଟ ୧୯୩ ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୪ଟି ମଣ୍ଡପରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଦ୍ୟୁତ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି ।
କଟକ ଓ ଭୁବନେଶ୍ୱରରେ ଭିଓ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛୁ ବୋଲି କମିଶନର କହିଛନ୍ତି । ଏହାସହିତ ଡ୍ରୋନ୍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ କରିପଚାଳନା ହେଉଛି । ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ । ପୂଜା ପାଇଁ ସମସ୍ତ ସହଯୋଗ ଲୋଡିଛନ୍ତି ପୁଲିସ କମିଶନର ଏସ୍.ଦେବଦତ୍ତ ସିଂହ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…