ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା CJP ର ପ୍ରଦର୍ଶନକୁ ସମର୍ଥନ ଜଣାଇ ଆୟୋଜିତ ଏକ ପ୍ରତିବାଦ ସଭାରେ ସମର୍ଥନ କରିବା ପାଇଁ ଆସିଥିବା ବେଳେ ଅଭିନେତାଙ୍କୁ ଆଗଷ୍ଟ କ୍ରାନ୍ତି ମଇଦାନରୁ ପୋଲିସ ଅଟକ ରଖିଛି। ଇମ୍ରାନ୍ ଖାନ୍ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିବାଦ ଓ ପ୍ରଦର୍ଶନଗୁଡ଼ିକୁ ନିଜର ସମର୍ଥନ ଜଣାଇଆସିଛନ୍ତି। ତାଙ୍କୁ ପୋଲିସ ଅଟକ ରଖିବା ଖବର ସାମ୍ନାକୁ ଆସିବା ପରେ ବଲିଉଡ୍ ଜଗତରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ଏହି ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।ଅଟକ ରହିବା ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଇମ୍ରାନ୍ ଖାନ୍ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଇମ୍ରାନ୍ କହିଥିଲେ ଯେ, “ମୋର କୌଣସି ଦାବି ନାହିଁ। ମୁଁ ଏଠାରେ ଜଣେ ସାଧାରଣ ନାଗରିକ ଭାବେ ଆସିଛି, ଏପରି ଜଣେ ବ୍ୟକ୍ତି ଭାବେ ଯିଏ ଏହି ସହରରେ ରହେ। ଲୋକଙ୍କର ଯାତାୟାତ ସ୍ୱାଧୀନତା ଉପରେ କାହିଁକି ରୋକ୍ ଲଗାଯାଉଛି ଏବଂ ଲୋକଙ୍କ ସ୍ୱରକୁ କାହିଁକି ଦବାଯାଉଛି, ତାହା ଦେଖିବାକୁ ମୁଁ ଏଠାକୁ ଆସିଥିଲି। ମୁଁ ଏଠାକୁ କାହାଠାରୁ କୌଣସି ଦାବି କରିବାକୁ ଆସିନି କିମ୍ବା ମୁଁ କୌଣସି ସଂଗଠନର ଅଂଶବିଶେଷ ମଧ୍ୟ ନୁହେଁ। ମୁଁ କେବଳ ଜଣେ ପ୍ରତିନିଧି ଭାବେ ଏଠାକୁ ଆସିଛି।” ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଇ ତାଙ୍କର ପ୍ରଶଂସକମାନେ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି।

More Stories
ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା
ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ |
ବଡ଼ ଭୁଲ୍ କରିଦେଲେ ଶ୍ରେୟସ ଆୟର