October 11, 2026

Now Odisha

Now Odisha

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

Spread the love

କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଏହି ଅବସରରେ ଶନିବାର ପୂଜା କମିଟି ପକ୍ଷରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।

ପୂଜାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଘୋଷଣା ଅନୁଯାୟୀ, ଆସନ୍ତା ୧୯ ତାରିଖରୁ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇ ୨୨ ତାରିଖରେ ପୂର୍ଣ୍ଣାହୁତି ହେବ। ସେହିଦିନ (୨୨ ତାରିଖରେ) ମା’ ଦୁର୍ଗାଙ୍କର ଭସାଣି ଯାତ୍ରା ମଧ୍ୟ ଅନୁଷ୍ଠିତ ହେବା ନେଇ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

error: Content is protected !!