October 16, 2026

Now Odisha

Now Odisha

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ପଦବୀ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ଦୀର୍ଘ ୮ ବର୍ଷ ପରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ହୋଇଛି। ବିଳମ୍ବିତ ସନ୍ଧ୍ୟାରେ କଲେଜ ପ୍ରଶାସନ ପକ୍ଷରୁ ବିଜୟୀ ପ୍ରାର୍ଥୀମାନଙ୍କ ନାମ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଛାତ୍ର ସଂସଦ ସଭାପତି ଭାବେ ରାଜେନ୍ଦ୍ର ସେଠୀ ମାତ୍ର ୨ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଘୋଷଣା କରାଯିବା ପରେ ପରାଜିତ ପ୍ରାର୍ଥୀ ଡି.ସଞ୍ଜୀବ କୁମାର ଦୋରା ଭୋଟ ପୁନଃ ଗଣତି ପାଇଁ ଆବେଦନ କରିଥିଲେ। ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ସଭାପତି ପଦବୀର ଭୋଟ ଗଣତି ଫଳାଫଳକୁ ସ୍ଥଗିତ ରଖାଯାଇଥିବା ନେଇ ପରେ କଲେଜ ପ୍ରଶାସନ ପକ୍ଷରୁ ଘୋଷଣା କରାଯିବା ପରେ କଲେଜ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ବହୁସଂଖ୍ୟକ ଛାତ୍ର ହୋହଲ୍ଲା କରିଥିଲେ। ଖବରପାଇ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଥାନା ଆଇଆଇସି କିଶୋର କୁମାର ସାମଲ ଫୋର୍ସ ସହ କଲେଜରେ ପହଞ୍ଚିଥିଲେ। ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ିଥିବା ୨ ପ୍ରାର୍ଥୀଙ୍କ ମଧ୍ୟରୁ କାହାରିକୁ ମଧ୍ୟ ବିଜୟ ଘୋଷଣା କରାନଯାଇ ଉଭୟଙ୍କ ନାମକୁ ତାଲିକାରୁ ବାଦ ଦିଆଯାଇଥିବାବେଳେ ଉପସଭାନେତ୍ରୀ ରାଧାରାଣୀ ପାଣିଗ୍ରାହୀ, ସାଧାରଣ ସମ୍ପାଦକ-ରାହୁଲ ବିଷୋୟୀ, ସହସମ୍ପାଦକ-ଅନିଲ ସେଠୀ, କ୍ରୀଡା ସମ୍ପାଦକ-ସୁବ୍ରତ କୁମାର ପାଣିଗ୍ରାହୀ, ଡିଏସଏ ସମ୍ପାଦକ-ସୁଧାଂଶୁ ଗୌଡ଼,ଗାଲର୍‌ସ କମନ ରୁମ ସମ୍ପାଦିକା ଭାବେ ପ୍ରିୟଙ୍କା ପ୍ରଧାନ ବିଜୟୀ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।
ସେହିପରି କ୍ରୀଡା ସହ – ସମ୍ପାଦକ ନିକୁନ ଗୌଡ଼, ନାଟ୍ୟ ସଂସଦ ସମ୍ପାଦକ ବରୁଣ ସେଠୀ,ନାଟ୍ୟ ସହ ସମ୍ପାଦକ ଜି.ମୋନାଲିସା ଦୋରା, ଡିଏସଏ ସହ – ସମ୍ପାଦକ ସୁମିତ୍‌ ବିଷୋୟୀ,ଯୁକ୍ତ ୩ ପ୍ରଥମବର୍ଷ କଳା ଶ୍ରେଣୀ ପ୍ରତିନିଧି ଏମ.ରାଜେଶ ପାତ୍ର,ଯୁକ୍ତ ୩ ଦିତୀୟ ବର୍ଷ ଶ୍ରେଣୀ ପ୍ରତିନିଧି ବାଦଲ ପାଢ଼ୀ,ଯୁକ୍ତ ୩ ବିଜ୍ଞାନ ବିଭାଗ ଶ୍ରେଣୀ ପ୍ରତିନିଧି ରାଜେଶ ପାଇକ,ଏସଏସଜି ସମ୍ପାଦକ ବିକାଶ କୁମାର ଜେନା ଏବଂ ବାଳକ କମନରୁମ ସମ୍ପାଦକ ଭାବେ ଆର. ରୁଦ୍ର ପାତ୍ର ଅପ୍ରତିଦନ୍ଦୀ ଭାବେ ର୍ନିବାଚିତ ହୋଇଥିବା ନେଇ ପ୍ରକାଶିତ ବିଜ୍ଞପ୍ତି ରେ ଉଲ୍ଲେଖ ରହିଛି। କଲେଜର ସମୁଦାୟ ୧୨୮୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୨୦ ଛାତ୍ରୀ ୩୦୩ ଛାତ୍ର ମତଦାନ କରିଥିବା କଲେଜ ଅଧ୍ୟକ୍ଷ ତଥା ର୍ନିବାଚନ ଅଧିକାରୀ ଡ଼. ଅସିତ କୁମାର ଷଡଙ୍ଗୀ,ଛାତ୍ର ସଂସଦ ନିର୍ବାଚନ ଆବାହକ ତଥା ଅଧ୍ୟାପକ ଡ଼. ସନ୍ତୋଷ କୁମାର ସାହୁ ଜଣାଇଛନ୍ତି।

error: Content is protected !!