October 16, 2026

Now Odisha

Now Odisha

ସରକାର କଲେ ବଡ଼ ଘୋଷଣା: ବଢିଲା ଅନ୍ତ୍ୟୋଦୟ ଯୋଜନାର ଅବଧି |

Spread the love

ଅନ୍ତ୍ୟୋଦୟ ଗୃହ ଯୋଜନାର ଅବଧିକୁ ଆଉ ଦୁଇ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨୦୨୭ରେ ଏହି ଯୋଜନାର ଅବଧି ଶେଷ ହେବାକୁ ଥିବାବେଳେ ଏବେ ଏହା ୨୦୨୯ ପର୍ଯ୍ୟନ୍ତ ଚାଲିବ। ଏଥିସହ ଯୋଜନାରେ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ଘର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇଦେବା ଲକ୍ଷ୍ୟରେ ନୂତନ ହିତାଧିକାରୀ ଚିହ୍ନଟ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ପରିବାରଙ୍କୁ ଘର ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ। ଅନ୍ତ୍ୟୋଦୟ ଘର ନିର୍ମାଣକୁ ତ୍ୱରାନ୍ବିତ କରିବା ପାଇଁ ସମୟ ପୂର୍ବରୁ ଘର ଶେଷ କରୁଥିବା ହିତାଧିକାରୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି। ୫ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି। ୭ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ।
ଏହି ପଦକ୍ଷେପ ଦ୍ୱାରା ହିତାଧିକାରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ ଶେଷ କରିବାକୁ ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ଯେଉଁ ଯୋଗ୍ୟ ପରିବାର ଘର ପାଇନାହାନ୍ତି, ସେମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ। ନୂତନ ହିତାଧିକାରୀଙ୍କ ଚିହ୍ନଟ ଓ ଘର ନିର୍ମାଣ ପ୍ରକ୍ରିୟାକୁ ଗତିଶୀଳ କରିବା ଉପରେ ବିଭାଗ ଗୁରୁତ୍ୱ ଦେବ। ଯୋଜନାର ଅବଧି ବୃଦ୍ଧି, ଅତିରିକ୍ତ ଘର ନିର୍ମାଣ ଓ ପ୍ରୋତ୍ସାହନ ରାଶି ବୃଦ୍ଧି ଫଳରେ ଅଧିକ ଯୋଗ୍ୟ ପରିବାର ଆବାସ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି।

error: Content is protected !!