ଭୁଲ ଇଞ୍ଜେକସନରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । କଟକ ବଡ଼ ମେଡିକାଲ ପିଛା ଛାଡ଼ୁନି ବିବାଦ ।


କଟକରେ ଆଖି ଅପରେଶନ ସମୟରେ ଚାଲିଗଲା ରୋଗୀଙ୍କ ଜୀବନ। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । କଟକ ଭାଣପୁର ଅଂଚଳର ଟୁନିଆ ରାଉତଙ୍କ ଆଖି ଖରାପ ହୋଇଥିବାରୁ ସେ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଡାକ୍ତର ତାଙ୍କ ଆଖି ଅପରେଶନ କରିବା ପୂର୍ବରୁ ଏକ ଇଞ୍ଜେକସନ ଦେଇଥିଲେ । ଏହା ପରେ ଗୁରୁତର ହୋଇପଡିଥିଲେ ଟୁନିଆ ।

ତେଣୁ ଡାକ୍ତରଙ୍କ ପରାମର୍ଶରେ ପରିବାର ଲୋକ ଟୁନିଆଙ୍କୁ କଟକ ଏସସିବି ମେଡିକାଲକୁ ନେଇଥିଲେ । ଏସସିବିରେ ଡାକ୍ତର ଟୁନିଆଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକ ଡାକ୍ତରଙ୍କ ଚିକିତ୍ସା ଅବହେଳା ଏବଂ ଭୂଲ ଇଞ୍ଜେକସନ ଯୋଗୁଁ ରୋଗୀଙ୍କ ମ୍ରୁତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ।


error: Content is protected !!